ଡାକ ଦିବସରେ ପଦେ
ଡାକ ଦିବସରେ ପଦେ
ଅକ୍ଟୋବର 10 ଡାକ ଦିବସରେ
ମନେପଡେ ଚିଠି କଥା
ଚିଠି ଟିଏ ପାଇଁ କେତେ ଆବେଗତା
କେତେ ଯେ ଗହନ ବ୍ୟଧା ।
କି ଇଣ୍ଟରନେଟ ଯୁଗ ଆସି ହେଲା
କରେ ଡାକବାଲା କାମ
ଇ-ମେଲ, ମେସେଜ ,ହ୍ବାଟସ୍ଅପ ଟା
ଚିଠିର ବିକଳ୍ପ ନାମ ।
କବାଟ କୋଣରୁ କୁଳବଧୂ ଆଉ
ଚାହୁନି ଡାକ ବାଲାକୁ
ମେସେଜ୍ ଟେ ଲେଖି ବୁକୁତଳ କଥା
ପଠାଏ ପ୍ରିୟ ଜନକୁ ।
ସ୍ମାର୍ଟ ଫୋନରେ ବିଭୋର ସଭିଏ
କିଏ ପଚାରଇ ଚିଠି
ଡାକବାଲାର ତ ସାଇକେଲ ଘଣ୍ଟି
ଆଉ ନ ଶୁଭଇ ନିତି ।
ଚିଠିର ବାସ୍ନା ହଜିଯାଇଅଛି
ତଥାପି ପଡିଛି କନା
କର୍ପୂର ସିନା ଉଡିଯାଇଅଛି
ଶୁଣାଏ ଅନ୍ତର୍ବେଦନା ।
ସରଗରେ ଥାଇ କବି "କାଳିଦାସ"
ମନେ ମନେ ଭାବୁଚନ୍ତି
"ମେଘଦୂତ" ଆଉ ଲେଖୀନ ହୁଅନ୍ତା
ଏ ଯୁଗରେ ଯଦି ଥାନ୍ତି ।
