STORYMIRROR

Arjun Sahu

Inspirational Others

3  

Arjun Sahu

Inspirational Others

ସଂପର୍କର ନଦୀ ତୀରେ

ସଂପର୍କର ନଦୀ ତୀରେ

1 min
256

ସମ୍ପର୍କର ନଦୀ ତୀରେ ବସି

ଏକା ଏକା ବିଜନ ବେଳାରେ

କାହା କଥା ମନେ ମନେ ଭାଳେ

ସମ୍ପର୍କର ନଦୀ ତୀରେ ବସି......।।

ଅଜଣା ପଥିକ ଜଣେ

ନାହିଁ କିଛି ପରିଚୟ ମୋର

କାହୁଁ ବା ଆସିଛି ଆଉ ଯିବି ଅବା କାହୁଁ

କାହା ସହ ନାହିଁ ଏଠି

ଆତ୍ମୀୟତା ମୋର

କିଏ ଏଠି ପିତା ପୁତ୍ର ସ୍ବାମୀ ଆଉ ସ୍ତ୍ରୀ

ଏ ସମ୍ପର୍କ ଅଟେ ଖାଲି

ଅଢେ଼ଇ ଦିନର

ସବୁ ଇତି ହେବ ଦିନେ

ଏଇ ନଦୀ ବିଜନ ବେଳାରେ

ଯାହାର ଆଂଗୁଳି ଧରି ଚାଲି ଶିଖାଇଲ

ଯାହା ପାଇଁ ଲହୁ ଲୁହ କରିଦେଲ

ପର ଲାଗି ଗଲେ ସିଏ

ଉଡି ଯିବ କାଲି

ସାଖି ହୋଇ ରହିଯିବ

ଏଇ ନଦୀ ସରୁ ବାଲି ପରେ

ସମ୍ପର୍କର ନଦୀ ତୀରେ ବସି.......।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational