STORYMIRROR

Ajit Kumar Raut

Action Fantasy

3  

Ajit Kumar Raut

Action Fantasy

ଫ୍ରି ଇଣ୍ଡିଆ

ଫ୍ରି ଇଣ୍ଡିଆ

1 min
229


ଅଭିନନ୍ଦନଟି ବିଚ୍ଛନ୍ନାଚଳରୁ


ହକି ଖେଲାଡିଙ୍କୁ ଆମ


୪୧ ବର୍ଷ ପରେ ବିଜୟ ମିଳିଲା 


ଗର୍ବିତ ଏ ଭୂମି ଆମ।୧।


ଅଲିମ୍ପିକ୍ ଖେଳେ ବିଜୟ ହକିରେ


ରଚି ଦେଲେ ଇତିହାସ,


ନିରାଶ ହଟିଲା ବିଶ୍ୱାସ ଆସିଲା


ଗୌରବାନିତ୍ବ ହିଁ ଦେଶ।୨।


ଦେଶର ପ୍ରଧାନ ଅତି ଉତ୍ସାହିତ


ସଂସଦ ଭି ଉତ୍ସାହିତ,


ସମ୍ପୂର୍ଣ୍ଣ ଭାରତ ଉତ୍ସାହିତ ଆଜି


ଦେଶ ଆଜି ପ୍ରଫୁଲ୍ଲିତ।୩।


ଚତୁର୍ଦୀଗ ଆଜି ଜୟ ଗୁଞ୍ଜୁ ଅଛି  


ଗୁଞ୍ଜେ ଯୁବା ପରାକ୍ରମ,


ବ୍ରୋଞ୍ଜର ପଦକ ଆଣିଲେ ଦେଶକୁ


ଆତ୍ମବିଶ୍ୱାସର କର୍ମ।୪।


ଭାରତର ଭୂମି ଧନ୍ୟ ଆଜି ହେଲା


ଆତ୍ମନିର୍ଭରଟି ମଣ,


ଆତ୍ମବିଶ୍ୱାସରେ ଜଡ଼ିତ ଖେଲାଡି


ରଖନ୍ତି ଦେଶର ଟାଣ।୫।


ଅଭିନନ୍ଦନଟି ବିଚ୍ଛନ୍ନାଚଳରୁ


ହକି ଖେଲାଡିଙ୍କୁ ଆମ,


୪୧ ବର୍ଷ ପରେ ବିଜୟ ମିଳିଲା


ଗର୍ବିତ ଏ ଭୂମି ଆମ।୬।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action