ଶ୍ରାବଣ ସୋମବାର
ଶ୍ରାବଣ ସୋମବାର
ଆସିଛି ସଖି ଶ୍ରାବଣ ସୋମବାର
ଯିବା ଆମେ ଶିବ ମନ୍ଦିର ।
ପାଣି ଭାର ଧରି ଆମେ ଯିବା
ମହାଦେବଙ୍କୁ ଚଢାଇ ଦେବା ।
କରୁଣା ସାଗର ଭୋଳା ବାବା ମୋର
ମନ ଜାଣି ଯାଚି ଦେବେ ବର ।
ତୁଣ୍ଡ ରେ ଧରି ଯିବା ପଞ୍ଚାକ୍ଷର
ଅର୍ପଣ କରିବା ବେଲ ପତର ।
ପ୍ରଭୁ ଙ୍କୁ କରିବା ଗୁହାରି
ସବୁ ଦୁଃଖ ଯିବ ତ ସରି ।।
