ନୀଳାର୍ଣ୍ଣବ ସେପାରେ
ନୀଳାର୍ଣ୍ଣବ ସେପାରେ
ଦୂର ଆକାଶ ଯେ ଲାଗେ ଆଜି ଦୂର
ଦୂର ପକ୍ଷୀର ଯାତ୍ରା ବି ଦୁଃସାଧ୍ଯ
ନୀଳ ନୀଳ ଜଳରାଶି
ନୀଳ ନୀଳ ଆକାଶ ବି,
ମିଶିଗଲା ପରି ଆଜି ମନେ ହୁଏ
ନୀଳାର୍ଣ୍ଣବ ସେପାରେ।
ମହୋଦଧିର ତୀରେ ତୀରେ
ବିସ୍ତୀର୍ଣ୍ଣ ଜଳରାଶିର କୂଳେ କୂଳେ
ଶାମୁକାର ଦ୍ବୀପ ଆଉ ବାଲୁକାର ସ୍ତୁପ,
ଦୂରୁ ବହିଆସୁଥିବା ସମୀରର ସାତସୂର
ଆଜି ବି ଗୁଣୁଗୁଣୁ ହୁଏ ଏ ଦୁଇ କର୍ଣ୍ଣ ଧାରେ
ଇତି ମଧ୍ୟରେ ନୀଳାର୍ଣ୍ଣବର ଜଳରାଶି
ଝଲସି ଉଠେ ରବି କିରଣେ ।
ଲାଗେ ସେପାରୀର ଦୂର ଦିଗବଳୟ
ସ୍ପର୍ଶକରେ ଭୂଇଁକୁ ଆଉ ମନଲୋଭା ଆକାଶର
ମୁକ୍ତପକ୍ଷୀ ସ୍ପର୍ଶକରେ ବାଦଲକୁ,
ମନେହୁଏ ନୀଳଆକାଶ ସତେ ଢାଳିଦିଏ ନୀଳରନ୍ଗ ପୟୋଧିକୁ ,
ସାମୁଦ୍ରିକ ଜୀବଗଣ କରନ୍ତି ସୁଖେ ବିଚରଣ,
ବୋଇତ ଓ ଭାସମାନ ଜାହାଜ ଭାସିଆସେ ଦୂରଦେଶୁ
ନୀଳନୀଳ ଜଳରାଶି ନୀଳନୀଳ ଆକାଶ ବି
ନୀଳ ଅଟେ ତାର ରୂପ,ନୀଳ ତାର ସୌଭାଗ୍ୟ
ଏଇ ନୀଳାର୍ଣ୍ଣବ ସେପାରେ ।
