STORYMIRROR

Sunita Sahoo

Fantasy Others

3  

Sunita Sahoo

Fantasy Others

ପୁରୁଣା ଦିନ

ପୁରୁଣା ଦିନ

1 min
212

ଫେରି ଆସନ୍ତା କି ସେ ପୁରୁଣା ଦିନ

ସାଇତା ଅଭିମାନ ସବୁକୁ

ଅଜାଡ଼ି ଦିଅନ୍ତି ଖୁବ୍ ସନ୍ତର୍ପଣରେ,

ଆର୍ଦ୍ର ଆଖିପତା ପୁଣି ଜୀଇଁ ଉଠନ୍ତା

ଅପେକ୍ଷାର ସଞ୍ଜ ନଇଁ ଗଲାପରେ ।

ଫେରି ଆସନ୍ତା କି ସେ ପୁରୁଣା ଦିନ

ମୁଁ ନହେଲେ ନାହିଁ

ସେ ସୂର୍ଯ୍ୟସ୍ନାତା ସକାଳ କୁହନ୍ତା

ଫେରିଛି ସେ ଆସନ୍ନ ଭରସାରେ,

ଅପରାହ୍ନ ଘଡ଼ିଏ ଅଟକି ଯାଆନ୍ତା

କିଛି ନୀଡ଼ ଫେରନ୍ତାର କଳରବରେ ।

ଫେରି ଆସନ୍ତା କି ସେ ପୁରୁଣା ଦିନ

ଇତିହାସର ପୃଷ୍ଠା ସବୁକୁ

ଜଳାଞ୍ଜଳି ଦେଇ ନିର୍ବିକାର ଚିତ୍ତରେ,

ଉଜୁଡ଼ା ଅତୀତକୁ ସଜାଡି ଯାଆନ୍ତା

ରାତ୍ରୀର ନିସ୍ତବ୍ଧ ପ୍ରହରରେ....।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy