STORYMIRROR

Sunita Sahoo

Fantasy Others

3  

Sunita Sahoo

Fantasy Others

ପୁରୁଣା ଦିନ

ପୁରୁଣା ଦିନ

1 min
207

ଫେରି ଆସନ୍ତା କି ସେ ପୁରୁଣା ଦିନ

ସାଇତା ଅଭିମାନ ସବୁକୁ

ଅଜାଡ଼ି ଦିଅନ୍ତି ଖୁବ୍ ସନ୍ତର୍ପଣରେ,

ଆର୍ଦ୍ର ଆଖିପତା ପୁଣି ଜୀଇଁ ଉଠନ୍ତା

ଅପେକ୍ଷାର ସଞ୍ଜ ନଇଁ ଗଲାପରେ ।

ଫେରି ଆସନ୍ତା କି ସେ ପୁରୁଣା ଦିନ

ମୁଁ ନହେଲେ ନାହିଁ

ସେ ସୂର୍ଯ୍ୟସ୍ନାତା ସକାଳ କୁହନ୍ତା

ଫେରିଛି ସେ ଆସନ୍ନ ଭରସାରେ,

ଅପରାହ୍ନ ଘଡ଼ିଏ ଅଟକି ଯାଆନ୍ତା

କିଛି ନୀଡ଼ ଫେରନ୍ତାର କଳରବରେ ।

ଫେରି ଆସନ୍ତା କି ସେ ପୁରୁଣା ଦିନ

ଇତିହାସର ପୃଷ୍ଠା ସବୁକୁ

ଜଳାଞ୍ଜଳି ଦେଇ ନିର୍ବିକାର ଚିତ୍ତରେ,

ଉଜୁଡ଼ା ଅତୀତକୁ ସଜାଡି ଯାଆନ୍ତା

ରାତ୍ରୀର ନିସ୍ତବ୍ଧ ପ୍ରହରରେ....।।



Rate this content
Log in

Similar oriya poem from Fantasy