ତୋ' ପ୍ରେମକୁ ଶହେ ଜୁହାର
ତୋ' ପ୍ରେମକୁ ଶହେ ଜୁହାର
ଗୋରୀ ମାରୁଛୁ ପ୍ରେମର ଶର,
କରୁଛୁ ମୋତେ ତୁ ହରବାର |
କରେଣ୍ଟ ମାରୁ 440 ପାୱାର,
ଦେଖିଲେ ଲାଗୁଛି ଭାରି ଡର,
ତୋ' ପ୍ରେମକୁ ଶହେ ଜୁହାର l(0 )
ତିରିଛି ନଜରେ ଦେଲେ ଚାହିଁ,
ହୋସ ଜମା ମୋର ରହୁନାହିଁ |
ନିଜକୁ ଭୁଲି ଯାଉଛି ମୁହିଁ '
ଚୋରା ପୀରତି କରିଛି ବାଇ |
ଚାହାଣୀ ତୋ' କି ଭୟଙ୍କର,
ତୋ................................| (1)
ଜାଣିନୁ କି ଜମାରୁ ମୋତେ,
ପ୍ରେମ କରୁଛୁ ଖାଲି ସତେ |
ପାଗିଳି ବୋଲି କହିବେ ତୋତେ,
ବାହାନା କରୁଛୁ କିଆଁ ଏତେ |
ରାଗିଲେ ତୁ ଚଣ୍ଡୀ ଅବତାର ,
ତୋ ................................|(2)

