STORYMIRROR

Panchanan Jena

Inspirational

4  

Panchanan Jena

Inspirational

ସମୟର ଚକ୍ରବାଳ

ସମୟର ଚକ୍ରବାଳ

1 min
0

କବିତା - ସମୟର ଚକ୍ରବାଳ
ରଚନା - ପଞ୍ଚାନନ ଜେନା
ତାରିଖ -୧୫-୦୬-୨୦୨୬
 +++++;++++++++++++
 ଟୁକୁଡ଼ା-ମୁକୁଡ଼ା ଫିଙ୍ଗା- ଫୋପଡ଼ା କାଗଜରେ
 ଲୁଚିଥାଏ ଯେତେସବୁ ଅତୀତ ରୂପାକାତିଆ ସ୍ମୃତି
 ଚାରି ଚଉତା ଲୁଚାକୋଚା ମଇଳା କାଗଜରେ
ବାସୁଥାଏ ଯେତେସବୁ ପୁରାତନ ଫୁଲପେନ୍ଥିଆ ଜାଗୃତି
 ଚିରା-ମିରା ଟଣା-ବଣା କୋଣମୋଡ଼ା ଅସନା କାଗଜରେ
 ପଶିଥାଏ ଯେତେସବୁ ପ୍ରସ୍ତରଯୁଗୀୟ ମାର୍ବଲପିଠିଆ ଅନୁଭୂତି

 ଅକାଳେ ସକାଳେ ହାତରେ ପଡିଗଲେ
ଚେଇଁ ଉଠେ କଆଁଳ ମନ ତଳେ ସାଇତା ପ୍ରୀତି
ପାଉଁଶ ତଳର ନିଆଁ ପରି ଧପ୍ କିନା ଜଳି ଉଠେ
ହୃଦୟ ତଳେ କୁଣ୍ଠିତା ରତି
ଫାଙ୍କୁଡ଼ା ଆଙ୍ଗୁଡ଼ା ମେଳେଇ ଫଛକୁ ଫଡ ଫଡ଼ କରି
ଓଲଟି ପଡ଼େ ଇତିହାସର ଫର୍ଦ୍ଦ ପରେ ଫର୍ଦ୍ଦରେ ଗୁନ୍ଥା
 ରୂପେଲି ସୁନେଲି ସୌଖିନ ଇତିବୃତ୍ତି

 କଇଁଫୁଲିଆ ସକାଳର ସୌନ୍ଦର୍ଯ୍ୟ ହେଉ
ମଲ୍ଲୀଫୁଲିଆ ସଞ୍ଜର କୌମାର୍ଯ୍ୟ ହେଉ
କଲିଜାଫଟା ବିରହ ଜ୍ୱାଳାର ଦରଜ ହେଉ
 ସବୁ ଜଳଜଳ କଳକଳ ଯୌବନ ହୋଇ
ସବୁ ପ୍ରସୁନ ସୁମନର ତାରୁଣ୍ୟ ଡେଇଁ
ଆଖି ଆଇନାରେ ପ୍ରତିବିମ୍ବିତ ହେଇଯାଏ
କିଛି ହସ ଖୁସିର ମୁରୁକି ଛଟାରେ
 ଜୀବନକୁ କ୍ଷଣିକ ପାଇଁ ମହମହ କରେଇ
 ପୁଣି ବଂଚିବାକୁ ମାୟା ଅଞ୍ଜନ ଟିକା ଲଗେଇ
ମାନ ଭଞ୍ଜନ କରେଇ ପୁଣି ଉଭେଇ ଯାଏ

 ବିଛୁଆତିର କୁଣ୍ଡିଆ କଣ୍ଟକ ହେଉ
ବିଲମଝିରେ ଝିମିଟି ଖେଳରେ ମାରପିଟ ହେଉ
ଖେଳ ପଡିଆରେ ହାରଜିତକୁ ନେଇ କଳି କଜିଆ ହେଉ
 ସବୁ ଗୋଟି ଗୋଟି ପାରିଧି ଉପାଧି
ସବୁ ସଂସ୍କୃତ ଗାଳି ଜପାମାଳି କୌମୁଦୀ
ମନ ପରଦାରେ ଉଭାସିତ ହେଉଥାଏ

ରଙ୍ଗୀନ ରଙ୍ଗମଞ୍ଚର ଖଳନାୟକ ଚ୍ଚିତ୍ର ଚରିତ୍ର ପରି
କିଛି ଜୋର ଯାର ମୂଲକ ତାର ନ୍ୟାୟ ନିଶାପ କିଛି ଭୂଲ
ଯାହାର ଫଳ ମୂଳ ଆଣି ଆଗେ ହାଜର ପଶ୍ଚାତାପ
କିଛି ଅକ୍ଷମଣୀୟ ଅପରାଧ ପରି ଅନୁଶୀଳନୀୟ
 କିଛି ଅଶୋଭନୀୟ ମିଥ୍ୟା ଅଭିଯୋଗ ପରି ହନୁକରଣୀୟ
କ୍ଷଣେ ଅନୁକ୍ଷଣେ ମାଗୁଥାଏ କ୍ଷତିପୂରଣ
 ସମୟ ସମୟାନ୍ତରେ ଡରଉଥାଏ କର୍ମପୁରାଣ

 ଯାହା ଆଜିର ଦିନରେ ଭବ୍ୟ ଭବିତବ୍ୟ
ଅତୀତ କର୍ମର ଫଳାଫଳ ହଳାହଳ
 ସୁଧୁରି ନ ଗଲେ ପୂର୍ବାପର ପ୍ରସଙ୍ଗ ଅପ୍ରସଙ୍ଗ
 କଡ଼ା ଗଣ୍ଡାରେ ହିସାବ ନେବ ସମୟର ଚକ୍ରବାଳ


Rate this content
Log in

Similar oriya poem from Inspirational