Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Kantha

Abstract

3.4  

Sunanda Kantha

Abstract

ଯନ୍ତ୍ରଣା

ଯନ୍ତ୍ରଣା

1 min
159


ଯନ୍ତ୍ରଣା ତୁମେ ଏମିତି ଏକ ଶବ୍ଦ ଟିଏ

କାହା ସହିତ ତୁମକୁ କରି ହୁଏନି କଳ୍ପନା l


କେବେ ତୁମ ଆଗମନ ର ସମ୍ବାଦ ଆସେନି

ହଠାତ୍ ତୁମେ ଚାଲି ଆସ ନଦେଇ ସୂଚନା l


ସମୟଚକ୍ର ରେ ଫେରିଯାଅ ପୁଣି

ଦେଇ କେତେ ମିଠା ଦରଜ l


ଯେତେ ଚିକିତ୍ସା କଲେ ମଧ୍ୟ

ସେହି ଆଘାତ ଲାଗୁନି ଉପଶମ l


ଶରୀର ଯନ୍ତ୍ରଣା ଭଲ ହୁଏ ଟିକେ

ହେଲେ ନ ହୁଏ ମନର ଯନ୍ତ୍ରଣା l


ସେଥିପାଇଁ ମଧ୍ୟ ଔଷଧ ମିଳେନା

କାହିଁକି ମନ କୁ ଯେତେ ବୁଝେଇଲେ ତଥାପି ସେ ବୁଝେନା l


ଅତୀତକୁ ଯେତେ ଭୁଲିବି ଚାହୁଁଛି

ତଥାପି ମୁଁ ଭୁଲି ପାରେନା l


କେବେ କାହା ସହ ଛଳନା କରିନି 

ଅତୀତ ସ୍ମୃତି କହିଦିଏ ତୁମେ କାହାକୁ ବିଶ୍ୱାସ କରନା l


ଯେତେ ଚାହିଁଲେ ବି ଭୁଲି ମୁଁ ପାରୁନି

ପାଇଛି କେତେ ମୁଁ ଯନ୍ତ୍ରଣା l


ଲୋକ ଦେଖାଣିଆ ସ୍ନେହ ମୁଁ କରନା

ମନରେ ମୋ ସମସ୍ତଙ୍କ ଜାଗା ସମାନ l


ହେଲେ ସେ ଯନ୍ତ୍ରଣା ଭୁଲି ହୁଏନି

ଦେଖେଇ ହୁଏନି ଆଖିର ଲୁହ କୁ l


କାହା ଆଗେ କହି ପାରେନା

ଆଜି ବି ମନେ ପଡ଼ି ଯାଏ ସେ ଯନ୍ତ୍ରଣା l



Rate this content
Log in

Similar oriya poem from Abstract