Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Kantha

Others

3  

Sunanda Kantha

Others

କେବେ ତୁମେ ଆସିବ ଫେରି

କେବେ ତୁମେ ଆସିବ ଫେରି

1 min
128


କାହିଁ ଅଛ ତୁମେ ଆସ ହେ ଫେରି

ଚାହିଁ ରହିଅଛି ବାଟ ତୁମରି l


କାହିଁ ତୁମ କଥା ପଡୁଛି ମନେ

ଆସିଥିଲ କେବେ ମୋର ଜୀବନେ l


କଥା ହେଉଥିଲେ ଦିନ ଓ ରାତି

ବୁଝିଲନି ମୋର ମନକୁ ସାଥି l


ତୁମ ବିନା କେହି ମନକୁ ମୋର

କରି ପାରିବେନି ଆଉ ନିଜର l


କହିଥିଲ ଦିନେ ନଯିବ ଛାଡ଼ି

ନିଜ ସ୍ବାର୍ଥ ପାଇଁ ଗଲ ଦୂରେଇ l


ଯୋଉଠି ରୁହ ତୁମେ ଭଲ ରେ ରୁହ

ମନ ପଡିଗଲେ ଆସେ ମୋ କୋହ l


ଅଳପ ଦିନର କଥା ଆମର

ଚୋରି କରିନେଲ ହୃଦୟ ମୋର l


ମୋ ମନ କାହିଁକି ଦେଲି ଉଜାଡ଼ି

ଜାଣି ନଥିଲି ତୁମେ ଛଳନା ବୋଲି l


ଭାରି ରାଗ ଲାଗେ ନିଜ ଉପରେ

ଏବେ ମନ ପୁରା ନିୟନ୍ତ୍ରଣ ରେ l


କହି ପାରେନାହିଁ ଅକୁହା କଥା

କିଏ ବା ପଢ଼ିବ ମନର କଥା l


ଦିନ ପରେ ବର୍ଷ ଯାଉଛି ବିତି

ସବୁବେଳେ ତୁମେ ମୋ ମନରେ ସାଥି l


ଦେଖି ପାରେନାହିଁ କି ଛୁଇଁ ପାରେନାହିଁ

ହେଲେ ହୃଦୟରୁ ନପାରେ ଦୂରେଇ l


ତୁମେ ଖୁସି ଅଛ ଯେବେ ଆଉ କାହା ପାଖରେ

ମୁଁ କାହିଁ କଣ୍ଟା ସାଜିବି ତୁମ ବାଟରେ l


ଏମିତିବି କିଛି ମୁହୂର୍ତ୍ତ ନାହିଁ 

ଯେଉଁଥିରେ ତୁମେ ନ ଆସ l


ଏବେ ବହୁତ୍ ସମୟ ଗଡ଼ି ଯାଇଛି

ହେଲେ କାହିଁକି ତୁମେ ମୋ ହୃଦୟରୁ ଯାଉନ l


ଜାଣିଛି ତୁମେ କେବେ ନ ଆସିବ ଫେରି

ବିଶ୍ୱାସ ଭାଙ୍ଗି ଯାଇଛି ସେହି ଦିନ ଠାରୁ l


କ୍ଷଣସ୍ଥାୟୀ ସୁଖ ପାଇଁ ନ ବୁଝିଲ ମୋତେ

ମୋ କଥା ଲାଗିଲା ବିଷ ବୁଝିଲନି ଥରେ l


ହେଲେ ଆଜି ବି ମୋର ହୃଦୟ ଏକା

ଅପେକ୍ଷା କରେ ମୋ ମନ ଝରକା l


ଫେରିବନି ତୁମେ ଜାଣିଛି ମୁହିଁ

ହେଲେ ଫେରିବା ବାଟକୁ ରହିଛି ଚାହିଁ l



Rate this content
Log in