Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Kantha

Others

3  

Sunanda Kantha

Others

ଅଭୁଲା ଦିନ

ଅଭୁଲା ଦିନ

1 min
124


କାହିଁ ଚାଲିଗଲା ଅଭୁଲା ଦିନ

ବୁଝେନାହିଁ ମୋର ଅବୁଝା ମନ l


ଆସିଥିଲା କେତେ ସପନ ନେଇ

ରାତି ହେଲା ଯେବେ ଗଲା ଉଭେଇ l


ପଡୁନି କି ମନ ସେ ଦିନ ରାତି

କଟି ଯାଉଥିଲା ସମୟ ବିତି l


କେମିତି ଭୁଲିଲ ସେ ସବୁ କଥା

ବୁଝିଲନି ଟିକେ ମନର ବ୍ୟଥା l


ପାରେନା ମୁଁ ଭୁଲି ବହୁତ କଷ୍ଟ

ଏମିତି ଥିଲା ସେ ଅଭୁଲା ଦିନ l


ମନକୁ ଆକଟ କରିଲି ନାହିଁ

ଦୁଃଖ ଆସିଥିଲା ମୋ ମନ ଡେଇଁ l


କିଏ ବା ବୁଝିବ ଅଶାନ୍ତ ମନ

ମନେପଡ଼ି ଯାଏ ଯେବେ ସେ ଦିନ l


ନିର୍ମଳ ହୃଦୟ ବୁଝେନା କେହି

ମରୀଚିକା ପଛେ ଯାଏ ଗୋଡ଼ାଇ l


କଷ୍ଟ ପାଇଅଛି କେତେ ହୃଦୟ ମୋର

ବହି ଯାଇଅଛି ଲୁହର ଧାର l


କହି ହୁଏ ନାହିଁ ସେ ଦିନ କଥା

ଆଜି ବି ଜୀବିତ ସେ ହୃଦୟ କ୍ଷତ l


କାହିଁକି ମନ ମୋ ସରଳ ହେଲୁ

ଅଯଥାରେ କେତେ କଷ୍ଟ ପାଇଲୁ l


ସ୍ୱାର୍ଥପର ପରା ଏଇ ସମାଜ

କେହି ନ ବୁଝିବେ ତୋର ଦରଜ l


ଏ କ୍ଷତ ପୂରଣ ନ ହୋଇପାରେ

ଆଜି ବି ଏ ମନ ତାକୁ ହିଁ ଝୁରେ l


ଜାଣିଛି କେବେ ସେ ହେବନି ତାର

ଖୋଲା ନାହିଁ ଆଉ ମନ ଦୁଆର l


ସବୁ ମୁହୂର୍ତ୍ତରେ ଆସେ ମୋ ମନେ

ଯେତେ ଭୁଲିଲେ ବି ଭୁଲି ପାରେନା l


ସମୟ ଯାଉଛି ଆଶ୍ଚର୍ଯ୍ୟ ହୁଏ ମୁହିଁ 

ଯେତେ ଚେଷ୍ଟା କଲେ ମଧ୍ୟ ଭୁଲି ପାରୁନାହିଁ l



Rate this content
Log in