STORYMIRROR

Sunanda Kantha

Abstract Inspirational

4  

Sunanda Kantha

Abstract Inspirational

ଭଲ ପାଏ ମୁଁ ପ୍ରକୃତିକୁ

ଭଲ ପାଏ ମୁଁ ପ୍ରକୃତିକୁ

1 min
38

ଭଲ ପାଏ ମୁଁ ପ୍ରକୃତିକୁ ଏବଂ ତାର ସୁନ୍ଦରତା

ତାର ସେହି ପ୍ରସ୍ଫୁଟିତ ହସ ଏବଂ ବିଚାରସୈଳକୁ

କାହିଁକି କି କେଜାଣି ମୁଁ ସବୁବେଳେ

ଟାଣି ହେଇ ଯାଏ ତାର ସବୁଜ କୋଳକୁ......

ଭଲ ପାଏ ମୁଁ ପ୍ରକୃତିକୁ


 ହୃଦୟରେ ଯେବେ ଆସେ ଦୁଃଖ ଓ ବେଦନା

ମୋର ଦେହ ଏବଂ ମନକୁ ତାର ସୁଶୀତଳ ପବନ ଏବଂ

ଶୋଭା ଶିଖାଇ ଥାଏ

ଏକ ନୂଆ ଜୀବନ ଜିଇବାର ସଦିଚ୍ଛା ।


ଅମ୍ଳଜାନ ଶିଖାଇ ଦିଏ ଯେ ତ୍ୟାଗ ର ସଂଜ୍ଞା କୁ.....

ଭଲ ପାଏ ମୁଁ ପ୍ରକୃତିକୁ

କେବେ ମୋର ତା ସହିତ ମନ ମତାନ୍ତର ହୁଏନାହିଁ....

ଯଦି କେବେ ମୁଁ ତା ଉପରେ ରାଗିଯାଏ ପୁଣି ମନକୁ ବୁଝାଏ

ସେ ବା ରକ୍ଷା କରୁଛି ମାନବଜାତୀକୁ ପ୍ରଦୂଷଣ ର ଗର୍ଭରୁ......


ମୋ ମନର ପ୍ରତିଟି ଶବ୍ଦକୁ

ମୁଁ ତା ପାଖରେ ଉପସ୍ଥାପନ କରେ..

ତାର ପ୍ରତି ବଦଳରେ ମିଳିଛି ମତେ ନୂତନ ଆକାଂକ୍ଷା

ଯାହା ଉଜ୍ଜୀବିତ କରେ ମୋ ମନକୁ

ଭଲ ପାଏ ମୁଁ ପ୍ରକୃତିକୁ


କେତେ ମାସ, ବର୍ଷ କଟେଇଛୁ ଆମେ

ତୋରି କୋଳରେ ଝରଣା କୋଳରେ ମେଣ୍ଟାଇ ଶୋଷ....

ସମୁଦ୍ର ବକ୍ଷରେ ମୁକ୍ତା ର ଘର

ଶସ୍ୟ ଉତ୍ପାଦନ ତୋରି କୋଳରେ

ରକ୍ଷା କରେ ଆମ ଜୀବନ...

ଶତକୋଟି ପ୍ରଣିପାତ କରେ ମୁଁ ସେହି ଦାନ କୁ.......


ଭଲ ପାଏ ମୁଁ ପ୍ରକୃତିକୁ


କୀଟ ରୁ ପତଙ୍ଗ, ମଣିଷ ରୁ ପଶୁ

ଯନ୍ତ୍ରପାତି ର ବ୍ୟବହାର . ..

ସବୁ ର ସମ୍ପର୍କ ତୁମ ସହିତ ଜଡିତ....

ସବୁଜ ବଳୟ ର ପ୍ରତିଦାନ ଏ ପରିବେଶରେ..

ରକ୍ଷା କରେ ସବୁବେଳେ ଦୁର୍ବିପାକ ରୁ....

ଯେତେ ବ୍ୟାଖା କଲେ ସରିବ ନାହିଁ ତୁମ ଦାନର ସମ୍ଭାର l



  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract