STORYMIRROR

Sunanda Kantha

Others

4  

Sunanda Kantha

Others

କାହିଁକି ବୁଝେନା ମନ

କାହିଁକି ବୁଝେନା ମନ

1 min
153

କାହିଁକି ବୁଝେନା ଏଇ ଅବୁଝା ମନ

ଯାହା କଥା ଭାବୁଥିଲା ରାତି ଓ ଦିନ l


ଜାଣିଛି ସେ ବୁଝିବନି କେବେ ତା ମନ

କାହିଁକି ପାରୁନି ଭୁଲି ଭାବେ ସେ ଦିନ l


ଅଭିମାନ କେହି କଣ ବୁଝନ୍ତି ନାହିଁ

ନିଜ ଉପରେ ମୁଁ ନିଜେ ଦୋଷ ଲଦଇ l


ପାଟି କହିଦିଏ କେତେ କଟୁକଥା

ବୁଝି ବେନି ମନ ହୁଏ କେତେ ହିନସ୍ଥା l


ସେଥିପାଇଁ ରଖିଥିଲି ତୋତେ ମୁଁ ଶାନ୍ତ

କେହି ଏଠି ନବୁଝନ୍ତି ଅନ୍ତର ଦୁଃଖ l


ଭଲ କଥା କେହି ଏଠି ଶୁଣନ୍ତି ନାହିଁ

କେବଳ ଗୋଟିଏ ବାଟ ଯିବ ଦୂରେଇ l


ନିଜ ସୁଖ ପାଇଁ ଏଠି ସଭିଏଁ ବ୍ୟସ୍ତ

ପଚାରିବେ ନାହିଁ ତୋତେ ହେବୁ ନିହତ l


ସ୍ୱାର୍ଥପର ଏ ସମାଜ କିଏ କାହାର

ଭୁଲି ଯାଆ ସବୁ କେହି ନୁହେଁ ନିଜର l


ତ୍ୟାଗ ର ମହତ୍ତ୍ଵ କେହି ବୁଝିବେ ନାହିଁ

ଅଧା ବାଟେ ଛାଡ଼ିଯିବେ ଝୁରିବୁ ତୁହି l


ଏ ଆଘାତ ପାଇଁ କିଛି ନାହିଁ ଔଷଧ

କାନ୍ଦି ହୁଏ ନାହିଁ ପୁଣି କରି ଶବଦ l


ଅଭ୍ୟାସ ଯାହାର କେବେ ନ ବଦଳିବ

ସଚେତନ ନରହିଲେ କଷ୍ଟ ପାଇବ l


ସମ୍ପର୍କ ର ସ୍ଥିତି ସିଏ ବୁଝନ୍ତି ନାହିଁ

ଲୁହ ର ଜୁଆର ତତେ ଦେବ ବୁଡ଼େଇ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍