Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Kantha

Others

4  

Sunanda Kantha

Others

କାହିଁକି ରେ କାଳିଆ ତୁ

କାହିଁକି ରେ କାଳିଆ ତୁ

1 min
383


କାହିଁକି ରେ କାଳିଆ ତୁ ଏମିତି କଲୁ

ଜୀବନ ଦୋଛକିରେ ଠିଆ କରିଲୁ l


କେମିତି ସହିବି ମୁଁ ଯେ ଏପରି ଦୁଃଖ

ପ୍ରାଣ କଟିଯାଉ ମୋର ଦେଖି ତୋ ମୁଖ l


ଦିନକୁ ଦିନ ମୋର ଯାଏ ଧର୍ଯ୍ୟ ସରି

ଜୀବନ ମୋ ଡ଼ଙ୍ଗା ହେଲେ ତୁ ତ ନାଉରୀ l


ଭୁଲ୍ କରି ନାହିଁ କେବେ ଜାଣି ଶୁଣି କରି

ଯେବେ ମୁଁ ଦୋଷ କରିଛି ଦେ କ୍ଷମା କରି l


ଜୀବନେ ମୋ ଲୋଡା ନାହିଁ ଧନ କି ଐଶୋର୍ଯ୍ୟ

ତୋ ନାମ ଧରି ଦିନ ସରୁ ଦେ ଟିକେ ଧର୍ଯ୍ୟ l


ଥରୁଟିଏ ଚାହିଁ ଦେ କୃପା ନୟନରେ

ଅଭିମାନ ବୁଝ ମୋର ହେ କଳା ଠାକୁରେ l


କାହା ପାଖେ କହି ହୁଏ ନାହିଁ ମନ କଥା

ତୋ ପାଖେ କହିଲେ ମନ ହୁଏ ମୋ ହାଲୁକା l


ସ୍ୱାର୍ଥପର ଦୁନିଆଁରେ କିଏ ବା କାହାର

ତୋ ଚରଣ ବିନା ମୋର କେହି ନାହିଁ ନିଜର l


ତୋ ବିନା ସାର ଏଇ ଜୀବନ ଯୌବନ

କାଳିଆ ରେ ତୋର ବିନା ସବୁ ଭିତ୍ତିହୀନ l



Rate this content
Log in