Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Kantha

Others

3  

Sunanda Kantha

Others

ଶାନ୍ତିର ସନ୍ଧାନ

ଶାନ୍ତିର ସନ୍ଧାନ

1 min
5


ସମୁଦ୍ରକୂଳକୁ ଆସିଥିଲି ମୁଁ ଯେ

ଶାନ୍ତିର ସନ୍ଧାନ ପାଇଁ l


ବସିଗଲି ଯେବେ ବାଲିର ମେଳାରେ

ସବୁ ଭୁଲି ଯାଏ ମୁହିଁ l


ଗଢୁଥିଲି ମୁହିଁ ଜେତେ ବାଲି ଘର

କେତେ ମିଠା ସ୍ମୃତି ନେଇ l

 

ତୋର ସେ ଜୁଆର ମାଡ଼ି ଯେ ଆସିଲା

ମୋ ଘର ଦେଲା ଭସାଇ l


ଘରେ ରଖିଥିଲି ସ୍ନେହ ର ସମ୍ପତି

ସବୁ ମୋର ଧୋଇଗଲା l


ପ୍ରୀତିର ସପନ ଦେଖିଥିଲି ଯାହା

ତୋର ବକ୍ଷେ ଭାସିଗଲା l


ହେଲେ ତୋ ଉପରେ ଅଭିମାନ ମୋର

ରାଗ କରେ ନାହିଁ କେବେ l


ସମୁଦ୍ର କୂଳରେ ବାଲି ଘର ମୋର

ମନ ଦେଲା ବଦଳାଇ l


ଘର ରହିଲେ ତ ବିପଦ ଆସିବ

ଦୁର୍ବଳ ହୋଇବ ନାହିଁ l


ଶୀତଳ ପବନ ଦେହ ମନ ଛୁଇଁ

ଅଶାନ୍ତି ନିଏ ଦୂରେଇ l


ଟିକେ ସମୟରେ କେତେ ଶିକ୍ଷା ମୋତେ

ସୁମୁଦ୍ର ଶିଖାଇ ଦେଲା l


ଶୀତଳ ପବନ ଦେହ ମନ ରେ 

ମୋ ଶାନ୍ତି ବାର୍ତ୍ତା ଭରି ଦେଲା l



Rate this content
Log in