ହେ ଇଶ୍ଵର
ହେ ଇଶ୍ଵର
ହେ ଇଶ୍ଵର କାହିଁକି ତୁମେ ମୋ
ଆକୁଳ ପ୍ରାର୍ଥନା ଶୁଣି ପାରୁନ
କେତେ ଆଉ ଡାକିବି
ତୁମ ପାଦ ତଳେ ତ ଜୀବନକୁ ସମର୍ପଣ କରିଦେଇଛି l
ସତରେ କଣ ଦେଖି ପାରୁନ ମୋର ଶରୀର ର କଷ୍ଟ
ତୁମକୁ ଆଉ କେମିତି ଡାକିବି
ଜାଣି ପାରୁନି
ତୁମ କୁ ମୁଁ ସବୁଠାରେ ଅନୁଭବ କରୁଛି l
କାହିଁକି ଏ ସମୟ ଟି
ମୋ ପାଇଁ ଏତେ କଷ୍ଟ ସାଧ୍ୟ ହୋଇ ପଡୁଛି
ଗୋଟେ ପରେ ଗୋଟେ ଯନ୍ତ୍ରଣା ର ସମ୍ମୁଖୀନ
ହେବାକୁ ମୋତେ ପଡୁଛି l
କେତେ ଆଉ ସହିବି ଠାକୁରେ
ତୁମକୁ ଡାକିବା ବ୍ୟତୀତ
ଆଉ କିଛି ମୁକ୍ତି ର ଔଷଧ
ନାହିଁ ମୋ ପାଖରେ l
ଲୁହ ର ଆଞ୍ଜୁଳି ରେ
ତୁମ ପାଦକୁ ଧୋଈ
ମୋର ହୃଦୟ ଭିତରକୁ
ପାଛୋଟି ନେବି l
ଭକ୍ତି ପୁଷ୍ପ ରେ
ତୁମକୁ ସଜାଇ ଦେବି
ମୋର ସମସ୍ତ କର୍ମ ଫଳକୁ
ସମର୍ପଣ କରି ଦେବି ତୁମ ପାଦ ଦ୍ୱୟରେ l
କାହିଁକି ମୋ ଠାରୁ ଏତେ ପରୀକ୍ଷା
ନେଉଛ ଠାକୁରେ
ନିର୍ଦ୍ଦୟ ହୁଅନ୍ତୁନି ମୋ ପ୍ରତି
ତୁମ ବିନା ଆଉ କିଛି ସତ ନାହିଁ ଏ ସଂସାରରେ l
ଶରୀର ରୁ କଷ୍ଟ ଉପଶମ କରିଦିଅ ହେ ଠାକୁରେ
ଏ ଆଘାତ ସବୁ ମୋତେ ବହୁତ୍ କଷ୍ଟ ଦେଲେଣି
ମୋତେ ଏବେ ମୁକ୍ତି ର ଦ୍ଵାର ଦେଖେଇ ଦିଅ
ନଚେତ୍ ଖୋଲିଦିଅ କର୍ମ ର ଦୁଆର l