Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Kantha

Others

4.5  

Sunanda Kantha

Others

ନୀରବ ଲୁହ

ନୀରବ ଲୁହ

1 min
357


ବହି ଯାଉଥାଏ ନୀରବ ଲୁହ

ସମ୍ଭାଳି ପାରେନି ମନର କୋହ l


ନଥାଏ ଯନ୍ତ୍ରଣା ନ ଵୋହେ ରକ୍ତ

କରେନା ସେ ଶବ୍ଦ ବହୁତ ଶାନ୍ତ l


ବୁଝି ପାରନ୍ତିନି କେହି ସେ ଦୁଃଖ

ଝରି ଯାଏ ଅଶ୍ରୁ ଦିବସ ରାତ୍ର l


ଅନ୍ତର ବେଦନା ବୁଝେନା କେହି

ମନର ଯନ୍ତ୍ରଣା ବୁଝନ୍ତି ନାହିଁ l


ଲୁହ ଝରି ଯାଏ ଲାଗେ ହାଲୁକା

କେ ଅବା ବୁଝିବ ହୃଦୟ କଥା l


କାହିଁକି ବୁଝୁନି ଅବୁଝା ମନ

ଭୁଲି ପାରୁନାହିଁ ରାତି ଓ ଦିନ l


ସମୟ ସରୁଛି ସରୁନି ସ୍ମୃତି

ଆଜି ବି ମନ ପଡ଼ିଯାଏ ସେହି ଅଭୁଲା ରାତି l


ଦୁଃଖ ଲାଗେ ଭାବି ସେହି ରାତିର ମୁହୂର୍ତ୍ତ

କାହିଁ ବୁଝି ପାରନ୍ତିନି ହୃଦୟର ଦୁଃଖ l


ଆଖି ଓଦା ହୋଇ ସରିଯାଏ ରାତି

ସ୍ମୃତି ଆଜି ମନେ ପଡେ ଲୁହ ହୁଏ ସାଥୀ l


ସମସ୍ତେ ପାରନ୍ତି ନାହିଁ ଲୁହ କୁ ଦେଖାଇ

ଆଖି ରୁ ନୀରବ ଲୁହ ଯାଉଥାଏ ବହି l


Rate this content
Log in