STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

କୁହୁଡ଼ିର ଘର

କୁହୁଡ଼ିର ଘର

1 min
200

ଭାଙ୍ଗିଗଲା ମୋର ଅଧାଗଢ଼ା ସ୍ଵପ୍ନ

ନିୟତିର ସମ୍ଭିଧାନେ,

ଜୀବନ ଯୌବନ ବନ୍ଦୀ ହେଲେ ଯେବେ

କାଳର କୁଟ ବନ୍ଧନେ। 

ଏବେ ଧୀରେ ଧୀରେ ଚିହ୍ନେ,

ଗଢ଼ିବାକୁ ଏକ କୁହୁଡ଼ିର ଘର

ବାହାରି ଥିଲି ମୁଁ ଦିନେ।।


ମରୀଚିକା ବୋଲି ପାରିଲିନି ବୁଝି

ମାୟା ମିରିଗର ଠାଣି,

କେମିତି କେଜାଣି ସ୍ୱର୍ଣ୍ଣ ମୃଗ ବୋଲି

ଧାଇଁଥିଲି ଜାଣି ଜାଣି। 

କରିଲା ପରି କେ ଗୁଣି,

ମୋହଗ୍ରସ୍ତ ହୋଇ ଭ୍ରମି ବୁଲୁଥିଲି

ପ୍ରାଣକୁ ଛଡ଼ାଇ ପାଣି।।


ହାରିବା ଜିତିବା କଥା କେ ପଚାରେ

ଭାଗଶେଷ ଶେଷେ ଶୁନ,

କିପରି ବୁଝିବି ଭାଗଫଳ ନାମେ

ସମୟର ପ୍ରହସନ। 

ଭାବି ବସେ ମନୁ ମନ,

ଭାଗ୍ୟ ଯଦି ମୋର ପଥ ନିର୍ଦ୍ଦେଶିକା

କର୍ମର କି ପ୍ରାୟୋଜନ।।


ଦିଗନ୍ତକୁ ଚାହିଁ ଦେଖିଥିଲି ସ୍ଵପ୍ନ

ଭଗ୍ନ ତାରକାର ଆଶେ,

କିଏ ଜାଣିଥିଲା ଅଭିଶାପଟିଏ

ଲେଖାଥିଲା ସେ ଆକାଶେ।

ସମୟର ଇତିହାସେ,

ଲେଖା ଏହିପରି ବିସ୍ମୃତ କାହାଣୀ

ଅନୁଭବ ଚଉପାଶେ।।


ସେଥିପାଇଁ ଆଣ୍ଟ କରିନିଅ ହୃଦ

ମାୟା ପ୍ରଲୋଭନଠାରୁ

ମାପିଚୁପି ପାଦ ଥାପି ନେବା ଭଲ

ଖାଲରେ ପଡ଼ିବା ଠାରୁ।

ଆଶାର ଆକାଶ ଠାରୁ,

ଦୂରେ ରହି ଭଲ ସ୍ୱଳ୍ପ ସନ୍ତୋଷର

ଚନ୍ଦନରେ ମଥା ପୁରୁ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract