STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ସ୍ମୃତି ତୁମେ ଯେବେ ଆସ

ସ୍ମୃତି ତୁମେ ଯେବେ ଆସ

1 min
203

କେବେ କେବେ ଅଜାଣତେ ଆଖି କୋଣେ ଆସ ତୁମେ ଝରି

ଅଦିନିଆ ମେଘ ଖଣ୍ଡେ ହୋଇ,

କେବେ ପୁଣି ଅନ୍ୟମନସ୍କରେ ଓଠ ଧାରେ ଫୁଟି ଉଠ ଧୀରେ

ଗାଢ଼ ନାଲି ଗୋଲାପଟେ ହୋଇ। 


କେବେ ତୁମେ ନାଚି ଯାଅ ହୃଦୟର ଶୁଖିଲା ଅଗଣା ମଝିରେ

ଅଧା ବୁଝା ସ୍ପନ୍ଦନଟେ ହୋଇ,

କେବେ ଅତୀତଟେ ହୋଇ ଆସ ବର୍ତ୍ତମାନର ଗହୀର ବିଲରେ

କୁଳ ଡେଇଁ ବଢ଼ିଟିଏ ହୋଇ।


ଘନ ବନ ମନ ତଳେ ଉଭା ହୁଅ ଅକସ୍ମାତ ଆଖି ଚମକାଇ

ଏକ ଉଲ୍ଲସିତ ପାରିଜାତ ହୋଇ,

ଭରିଦିଅ ବିସ୍ମୟରେ ମେଘ ଢଙ୍କା ଆକାଶେ ବି ଆସିପାର ତୁମେ

ଏକ ପାଣିଚିଆ ସ୍ୱଚ୍ଛ ଖରା ହୋଇ। 


ପ୍ରୌଢ଼ତ୍ଵର କ୍ଳାନ୍ତ ପାହାଚରେ ତୁମେ ବି ଖେଳାଇ ପାର ବୟସ ନ ମାନି

ଏକ ତାରୁଣ୍ୟର ଚଞ୍ଚଳ ଦୁନ୍ଦୁଭି,

ଅଭାବୀ ହୃଦୟ ତୀରେ ତୁମେ ସାଜ ଭାବମୟ ଆର୍ଦ୍ର ସୁଚନାଟେ 

ଘେନି ଆସ ଶୀତଳ ପୁରବୀ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract