Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gautam Das

Abstract Inspirational Others

3  

Gautam Das

Abstract Inspirational Others

ଚଳନ୍ତି ଈଶ୍ୱର ବାପା ମା’ ମୋର

ଚଳନ୍ତି ଈଶ୍ୱର ବାପା ମା’ ମୋର

1 min
128


ଘରେ ବାପା ମାଆ ମନ୍ଦିରେ ଦିଅଁ

ଦୁହେଁ ଭଗବାନ, ମୁଣ୍ଡକୁ ନୁଅଁ

ଚଳନ୍ତି ଈଶ୍ୱର ବାପା ମା’ ମୋର

ପରମାତ୍ମା ଯହିଁ ଏ ଜଗତର ।


ଘରୁ ପାଇ ଥାଉଁ ଆମ ସଂସ୍କାର

ସମାଜୁ ଧର୍ମ, କର୍ମ, ଶିଷ୍ଟାଚାର

ବିଦ୍ୟାଳୟେ ଶିକ୍ଷା ଜ୍ଞାନ ସଂଚାର

ଗୁରୁ ବ୍ରହ୍ମା ବିଷ୍ନୁ ଶ୍ରୀମହେଶ୍ୱର ।


ପରିବାର ମିଳି ମିଶିଲେ ଘର

ସ୍ନେହ ବିଶ୍ୱାସରେ ବନ୍ଧା ତା ଡୋର

ମନ ମିଳେ କେବେ ନ ମିଳେ ଘୋର

ବିଶ୍ୱାସରେ ଜୋଡେ ତର୍କରେ ପର ।


ଛାଡି ରାଗ ରୁସ ମୋର ଓ ତୋର

ତେବେ ହେବ ପର ଆମ ନିଜର

ଶାନ୍ତି ଓ ସନ୍ତୁଷ୍ଟି ଏ ଜନ୍ମ ସାର

ନଥିଲେ ସେ ଘର ନରକ ଦ୍ୱାର

ସୁଖେ ଦୁଃଖେ ଚାଲେ ଘର ସଂସାର

କେବେ ଆଲୋକିତ କେବେ ଅନ୍ଧାର ।


Rate this content
Log in

Similar oriya poem from Abstract