STORYMIRROR

Sunanda Mohanty

Inspirational Children

3  

Sunanda Mohanty

Inspirational Children

ମନେ ରହିବେ କଲାମ

ମନେ ରହିବେ କଲାମ

1 min
132


ବନ୍ଧନ ଉର୍ଦ୍ଧ୍ୱରେ ତୁମେ କଲାମ

ଧନ୍ୟ ଧରଣୀ ତୁମରି ଜନ୍ମ

ମହାଭାରତ ପରେ ଆଉ ଜଣେ ଭୀଷ୍ମ

ବିଜ୍ଞାନ ସାହିତ୍ୟ କଳାରେ ଉଷ୍ମ

ଜାଦୁଗର ବାଜିଗର ପ୍ରତିରକ୍ଷା

ଗବେଷଣା ଭାବନାରେ ସଦା ମରମ

ଶ୍ରେଷ୍ଠ ଜନନାୟକ ଆହେ ଅରିନ୍ଦମ

ସର୍ବୋଚ୍ଚ ନାଗରିକ ବୈଜ୍ଞାନିକ ମନୋଭାବ

ପ୍ରଗତିଶୀଳ ଚିନ୍ତାଧାରା ତୁମ କର୍ମ

କାଳଜୟୀ ଟିପ୍ପଣୀ ତୁମେ ମହାନୁଭବମ 

ଦେଶର ଇତିହାସରେ ତୁମେ ଆରମ୍ଭ

ତୁମକୁ କିଣିବାକୁ ମନୁଷ୍ୟ ଅକ୍ଷମ

ତୁମ ବିଚାରଧାରାରେ ନଥିଲା ବୈଷମ୍ୟ

ବରପୁତ୍ର ନାମ ତୁମେ ସ୍ୱନାମଧନ୍ୟ

ପରିବାରର ସୁନାପୁଅ ଆଦରି ନେଇଛ 

ସମୟ ଚକ୍ରରେ ମିଳିଛି ଯେବେ ଯେଉଁ କର୍ମ

ତୁଳସୀ ଦୁଇପତ୍ରରୁ ବସିବା ପରି ଥିଲା

ପିଲାଦିନ ସ୍ୱାଭିମାନ ଓ ସମ୍ୱେଦନ

ବିଞ୍ଚି ଦେଇ ଯାଇଛ ପଦ୍ମ ମଞ୍ଜି ମାନ

ଆଣିଦେଇଛି ଯାହା ଭାରତୀୟଙ୍କୁ ମାନ

ସାହାସ ସମ୍ମାନ ଲକ୍ଷ ସନ୍ଦିହାନ ।

                



Rate this content
Log in

Similar oriya poem from Inspirational