STORYMIRROR

Samar Ballav Bhoi

Abstract Inspirational Children

4  

Samar Ballav Bhoi

Abstract Inspirational Children

ବହି ଓ ଗଛ

ବହି ଓ ଗଛ

2 mins
411

ହେ ମୋ ପ୍ରିୟ ଗଛ ତୁମେ!

ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ କର ଉପକାର 

ଅମ୍ଳଜାନ ଦେଇ ଅଙ୍ଗାରକାମ୍ଳ କୁ କର ନିଜର     

ଯାହାକି ପ୍ରାଣୀ ଜଗତ ପାଇଁ ଅତି ଦରକାର ।


ହେ ମୋ ପ୍ରିୟ ଗଛ ତୁମେ!

ତୁମ ପାଇଁ ସାରା ଧରିତ୍ରୀ ଦିଶଇ ସୁନ୍ଦର 

ସବୁ ପ୍ରାଣୀ ଜଗତ ତୁମର ଭାରି ଆଦର

ପର ଉପକାରେ ସଦା ଜୀବନ ଗଛ ତୁମର ।


ହେ ମୋ ପ୍ରିୟ ଗଛ ତୁମେ!

ବିହଙ୍ଗ ମାନଙ୍କର ଅଟ ତୁମେ ଘର

ନିରାଶ୍ରୟ ପଥିକର ତୁମେ ଆପଣାର

ତୁମ ଛାଇ ଜୀବନ ଅଟେ କ୍ଳାନ୍ତ ପଥିକର ।


ହେ ମୋ ପ୍ରିୟ ଗଛ ତୁମେ!   

ତୁମ ସାରା ଶରୀରଟା ମଣିଷ ପାଇଁ ଅତି ଦରକାର

ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଦାନ ତୁମ ଏ ସାରା ଶରୀର

ତଥାପି ମାନବ ବୁଝେନା ତୁମ ଦୁଃଖ ଓ ଆଦର ।


ହେ ମୋ ପ୍ରିୟ ଗଛ ତୁମେ!

ଦୁନିଆରେ ଜନ୍ମ ତୁମ ଆଉ ପାଉନାହିଁ ଆଦର ଭାରସାମ୍ୟ ରକ୍ଷା କରିଥାଅ ପ୍ରକୃତି ବକ୍ଷର 

ତୁମେ ବଞ୍ଚିଲେ ବଞ୍ଚିବ ଜୀବନ ଏପ୍ରାଣୀ ଜଗତର ।


ବହି ଟିଏ ଜନ୍ମ ହୁଏ ଗଛର ଶରୀରରୁ

ବହି ଦେଇଥାଏ ଆମକୁ ଜ୍ଞାନର ସମ୍ଭାର

ବହି ଦେଇଥାଏ ଜ୍ଞାନର ଦକ୍ଷତା 

ଦକ୍ଷତା ରୁ ମିଳିଥାଏ ଆମକୁ କ୍ଷମତା

ବହି ରୁ ମିଳିଥାଏ ଉଚିତ ମାଧ୍ୟମ 

ବହିଟିଏ ଗଢିଥାଏ ସବୁ ଜୀବନର ରାସ୍ତା

ବିଜ୍ଞାନ ପୁରାଣ ଇତିହାସ ଅବା ଧର୍ମ କର୍ମ

ସବୁକିଛି ଜାଣିବାକୁ ବହି ଅଟଇ ମାଧ୍ୟମ ।


ଏକଲା ପଣ ର ଏକ ପ୍ରିୟ ବନ୍ଧୁ

ଦୁଃଖ ସଙ୍ଗେ ସୁଖରେ ସମ୍ପର୍କ ଟେ ବାନ୍ଧୁ

ବହି ଅଟଇ ଏକ ଜ୍ଞାନର ସେତୁ

ଜାତି ଧର୍ମ ନିର୍ବିଶେଷେ ବହି ଅଟେ ବନ୍ଧୁ

ବ୍ରହ୍ମାଣ୍ଡର ସତ୍ୟ ଧର୍ମ ସବୁଠି ପ୍ରକାଶିତ

ନଜାଣି ସବୁକିଛି ଅଧର୍ମେ ମନ ଆମେ ବାନ୍ଧୁ।


ବଂଚିବାକୁ ଯେମିତି ସତ୍ୟ ଆଉ ଧର୍ମ 

ସତ୍ୟ ଓ ଧର୍ମ ପାଇଁ ମଣିଷର କର୍ମ

କର୍ମ ପାଇଁ ମଣିଷର ଜ୍ଞାନ ହିଁ ମର୍ମ

ପାଠକର ଲକ୍ଷ୍ୟ ହେଉ ପଢ଼ିବା ଉଦ୍ୟମ

ବହି ପାଠକଙ୍କ ମନେ ଦିଏ ଆରାମ।


ପାଠକ ବହି ମଧ୍ୟେ ବଢୁ ଯେ ସମ୍ପର୍କ

ଛାତ୍ର ଛାତ୍ରୀ ଅବା ହୁଅନ୍ତୁ ଶିକ୍ଷକ 

ସମସ୍ତଙ୍କ ବନ୍ଧୁ ଅଟେ ସେ ବହି

ଏକଲାପଣ ର ଅଟେ ବିଶେଷ ମହକ

ହଜାରେ ବନ୍ଧୁ ସମାନ ସେଏକା ବହି।


ସମୟ ବଦଳିଛି କିଛି ଅଲଗା ଢଙ୍ଗରେ

ଡିଜିଟାଲ ମାଧ୍ୟମକୁ ସମସ୍ତଙ୍କ ଆଦର

ହ୍ବାଟସଆପ୍ ଫେସବୁକ ଆଉ ଟ୍ବଈଟର 

ସଙ୍ଗେ ବଢିଛି ବନ୍ଧୁତ୍ବର ଆଦର

ପାଠକ ବହି ଭିତରେ ବଢିଛି ଦୂରତା

ମୋବାଇଲ୍ ସାଜିଛି ସମସ୍ତଙ୍କ ଅନ୍ତରଙ୍ଗ 

ସକାଳଠୁଁ ସଞ୍ଜଯାଏ ମୋବାଇଲ୍ ସାଙ୍ଗ

ପାଠକଙ୍କ ମୋବାଇଲ ନିଶା ଓ ବ୍ୟଗ୍ରତା

ଏମିତି ନହେଉ ବହି ସଙ୍ଗେ ପାଠାଗାର 

ସମସ୍ତଙ୍କ ଆଦର ବଢୁ ବହି ପଢାର।



Rate this content
Log in

Similar oriya poem from Abstract