STORYMIRROR

Hemanta Pattanayak

Abstract Children Stories Others

4  

Hemanta Pattanayak

Abstract Children Stories Others

ଏ ସମ୍ପର୍କର ନାମ ଦେଇ ପାରୁନି

ଏ ସମ୍ପର୍କର ନାମ ଦେଇ ପାରୁନି

2 mins
375


ଏବେ ବି ମୁଁ ସେହି ସନ୍ଧାନରେ, 

ଯାହା ଆରମ୍ଭ କରିଥିଲ ତୁମେ, 

ମନରେ କେତେ କଥା ଥାଇ ବି, 

ପ୍ରକାଶ କରିପାରୁନ ଆମେ । 


କିଛି ନୂଆ କାହାଣୀର ବୋଧେ ଆରମ୍ଭ, 

ଯାହା ଅପେକ୍ଷା ରେ ତୁମେ ମୁଁ ଆଉ ଆମେ, 

ଅକୁହା କେତେ କଥା ଅଛି ମନରେ, 

ହେଲେ କି ନୂଆ ସୁଯୋଗ ଜନ୍ମେ। 


ଏବେ ବି ମନେ ପଡିଯାଏ, 

ବରମ୍ବାର ଆସୁଥିବା ତୁମ ସେହି ପ୍ରଶ୍ନ ସବୁ, 

ଆଜି ବି ସେସବୁ ସ୍ମୃତି ହେଇ ଫେରେ, 

ମୁଁ ତାଙ୍କୁ କରି ପାରେ ନାହିଁ କାବୁ । 


ପୁଣି ନୂଆ କାଗଜ ଖୋଲେ, 

ମନ ର ସବୁ କଥାକୁ ମନେ ପକେଇ ଚାଲେ, 

ଲେଖିବା ଆରମ୍ଭ କରି ଦିଏ ହେଲେ, 

ଅତୀତ ଭାବି ପୁଣି ଭୁଲେ । 


ବିରହ କଷ୍ଟ ଦିଏ ଜାଣିଥିଲି, 

ଦୁଇ ଠୋପା ଲୁହ ବି ଭାରି ଓଜନିଆ, 

ଜାଣିଥିଲି, ଜାଣିଥିଲି ଏ କଷ୍ଟ ମୋ କାବୁ ରେ ନୂହେଁ, 

ତଥାବି ଆରମ୍ଭ କରିଥିଲି କାହାଣୀ ନୂଆ । 


ନା ଶେଷ ତୁମେ କରିଥିଲ, 

ନା ଶେଷ କରିବା ପାଇଁ ମୁଁ ଚାହୁଁଥିଲି, 

ସମୟ ଏମିତି ରାସ୍ତା କୁ ଟାଣି ନେଲା ଯେ, 

ସବୁ କିଛି କୁ ନିଜ ଠାରୁ ମୁଁ ଦୁରେଇ ଦେଲି । 


ହେଲେ ଭୁଲି ପାରିଲିନି, ହେଲେ ଭୁଲି ପାରିଲିନି, 

ପଦେ କଥା ରେ ବି ମତେ ହସେଇ ପାରୁଥିବା ତୁମ କଥା କୁ, 

ମୋ ଆଖିରେ ନାଚି ଯାଉଥିବା ସେହି ଛବିକୁ, 

ଅଭୁଲା ହେଇ ରହିଥିବା ତୁମ ପ୍ରତିବିମ୍ବ କୁ। 


ଏବେ ଧୀରେ ଧୀରେ ମଳିନ ପଡ଼ିଗଲାଣି, 

ଏବେ ମୁଁ ବି ବଦଲାଇ ଦେଲିଣି ତୁମ ପରି, 

ମୋ ଜୀବନ ର ରାସ୍ତା କୁ ଆଉ ଆରମ୍ଭ ହେଲାଣି, 

ପରିବର୍ତ୍ତନର ରାସ୍ତା ସବୁ, ଶିଖି ଗଲେନି ହେବା ତୁମ ପରି । 


ଏବେ ବି କେବେ କେବେ ସେହି ପଥ ଗାମୀ ହେଲେ, 

ମନେ ପଡିଯାଏ ଆମ ସ୍ୱଳ୍ପ ଅନୁଭୂତି, 

ଆଉ ମୋ ଆଖିରେ ଆଙ୍କି ପାରେ ଖୁସି ର ଚିତ୍ର, 

ଆଉ ମତେ ଖୁସି ରଖି ପାରେ କେତେ ଦିନରାତି । 


ଦୁଇପଦ କଥା ବି ତୁମର ମତେ ଏବେ ଡରଲାଗେ, 

କିଛି ଦିନ ର ରାଗ ତୁମର ବେଶ୍ ଅନୁଭବ କରିଛି ମୁଁ, 

ଆଉ ଚାହେଁ ନାହିଁ ଦୋହରେଇ ବା ପାଇଁ,

ହସି କଥା କହି ଦିଏ କାରଣ ଚାହେଁ ତୁମ ଦୁଃଖ ଯାଉ । 


ମୋ କଥା ଶେଷ ହେବନି, 

ନା ଏ ଲୁହ ଶେଷ ହେବ, 

ନା ଏ କୋହ ବୋଲ ମାନିବ, 

ସେଇଥି ପାଇଁ ତ ଚାହେଁ, 

ସେହି ଶେଷ ଦେଖା ଶେଷ ହେଇ ରହୁ, 

ଯଦି ଆମ ଦୁହିଁଙ୍କର ରାସ୍ତା ଅଲଗା, 

ତେବେ ସେ ରାସ୍ତା ବି ବଦଲାଇ ଯାଉ । 


ଏମିତି ଅନ୍ୟ ସାଥିରେ ତୁମକୁ ଦେଖି ହସୁଥାଏ, 

ଏମିତି ପ୍ରତିଛବି ସାଥିରେ ତୁମର ଗପୁ ଥାଏ, 

ଏମିତି ଭାବନା ଭରା ରାତି ଆସିଥାଉ, 

ତୁମ ସ୍ମୃତି କୁ ଏମିତି ତାଜା କରିଯାଉ । 


ଜାଣିଛି ମୁଁ ଭୁଲିବି ନାହିଁ, 

କାରଣ ପ୍ରତ୍ୟେକ ଥର ର ସ୍ୱପ୍ନ ରେ ମତେ, 

ତୁମେ ମୋ ସ୍ୱପ୍ନ ବିଷୟରେ ଚେତେଇ ଦେଇଛ, 

ମୋ ଦାୟିତ୍ଵ କୁ ବାରି ଦେଇଛ । 


ଯାହା କେବଳ ଗୋଟିଏ ନିଜର ହିଁ କରେ,

ଆଉ ତୁମେ କରୁଛ ମୋ ପାଇଁ, 

ସେ ସ୍ୱପ୍ନ ରେ ହେଉ ପଛେ, 

ନିଜର କୁ ଦୁରେଇ ଦେଇ ପାରିବି କେମିତି । 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract