STORYMIRROR

Prahallad Sahoo

Classics Inspirational Children

4  

Prahallad Sahoo

Classics Inspirational Children

ମାଆର ସ୍ବର

ମାଆର ସ୍ବର

2 mins
314

ମାଆ ଲୋ !

ଆଉ ଥରେ ନୁହେଁ,

ଶହେଥର ଶୁଣିଲେ ବି ଏ ମନ ମାନେନା,

ପୁଣି ଆଉ ଥରେ ଶୁଣିବାକୁ ଇଚ୍ଛା ହୁଏ 

ତୋର ସେହି ଆତ୍ମିୟତାର ସ୍ବର।


ଆକଟ ଅଛି, ସ୍ନେହ ଅଛି, ପ୍ରେମ ବି ଅଛି

ମମତା ଉଦ୍ଭାସିତ,

ପ୍ରୀତିର ମହକ ବିଚ୍ଛୁରିତ,

ଅନାବିଳ ଆହ୍ଲାଦ, 

ଭାଷା ଓ ଶବ୍ଦରେ ଆପଣା ପଣ

କେବଳ ସେହି ସ୍ବର,

ଯେଉଁଠି ଅଛି ପରକୁ ଆପଣେଇବାର

ଏକାନ୍ତ ନିଜସ୍ବ ପଣ

ପୁଣି ଆଉ ଥରେ ଶୁଣିବାକୁ ଇଛା ହୁଏ 

ତୋର ସେହି ଆପଣାର ସ୍ବର।


ତୁ ତ ଜଣେ ଅପାଠୋଇ 

କିନ୍ତୁ, ମୋତେ ଏତେ ସବୁ ପଢେଇ କଣ ତୁ ପାଇଲୁ !

କଣ, ପୁଅ ବହୁତ ପାଠ ପଢିବ,

ବହୁତ ପଇସା କମେଇବ,

ବଡ ଚାକିରୀ କରିବ,

ଉଡାଜାହାଜରେ ଉଡିବ,

ପାଞ୍ଚ ଲୋକରେ ଜଣେ ଗଣା ହେବ,

ବାପ ମାଆର ନାଁ ରଖିବ,

ଏଇତ ତୋର ଇଛା ନା ଆଉ କିଛି ।


ତୋ ଇଛାର ମୁଁ ଆଜି ରୂପାନ୍ତର,

ପରିପୂର୍ଣ୍ଣତାର ଉଛ୍ଛାସ,

ତୋ ମନରେ ଉଙ୍କିମାରିଥିବା ସ୍ବପ୍ନର ସାକାର,

କିନ୍ତୁ, ତୁ କଣ ପାଇଲୁ ।


ଆଉ ମୁଁ ମୁଁ ଗୋଟିଏ ପଥର

ମୁଁ ଗୋଟେ ସ୍ବାର୍ଥପର,

ଦି'ପଇସା କମେଇବା ପାଇଁ

ମୁଁ ଆଜି ମୋତେ ବି ଭୁଲି ଯାଇଛି,

ଆଉ ଏଠି ପରର ଗୋତି ଖଟୁଛି।

ଆଉ ତୋର ସେ ଆତ୍ମୀୟତାର ସ୍ବର "ବାବୁ" 

ତୁ ଡାକିଲେ ବି ମୁଁ ଶୁଣିପାରୁନାହିଁ।

କିନ୍ତୁ ଅନ୍ତଃସ୍ୱର ଅନ୍ତର ଆତ୍ମାରେ 

ଏବେବି ପ୍ରତିଧ୍ବନିତ ।


ସେଦିନ ମନ୍ଦିର ପାହାଚରେ ତୋ ଗୋଡ ଖସିଗଲା

ଏଠି ମୁଁ ଅଫିସ ବାହାରୁ ବାହାରୁ 

କୁକୁରଟା ରାସ୍ତା କାଟିଦେଲା;

ଖଣ୍ଡେ ଦୂର ଯାଇ ପଡିବାପରେ 

ହୋସ୍ ଆସିଲା ମେଡିକାଲରେ

ଘରୁ ଫୋନ୍ ଆସିଲା ତୁ ବି ମେଡିକାଲରେ

ହଁ, ସେଦିନ ତୁ କାଳେ ମୋତେ ଖୋଜିଥିଲୁ

ସେହି ଆତ୍ମିକ, ନିଜସ୍ବ, ଅନ୍ତରଙ୍ଗତାର ସ୍ବର-"ବାବୁ" ।


ମାଆ, ମୁଁ ତୋତେ ବହୁତ ପଛରେ ଛାଡିଆସିଛି ଲୋ,

ଯେଉଁଦିନ ପ୍ରଥମ ଦରମାରୁ ୧୫୦ଟଙ୍କା 

ତୋ ହାତରେ ଦେଇଥିଲି 

ସେଦିନ, ତୁ କହିଥିଲୁ - 

ଏଇ ଦେଢଶହକୁ ଦେଢଲକ୍ଷ କରିବାପାଇଁ

ମୁଁ ସେହି ଜିଦରେ ବହୁତ ଆଗକୁ ଚାଲିଆସିଲି

ପ୍ରଥମେ ଘର, ତାପରେ ପରିବାର,

ପୁଣି ଆତ୍ମୀୟସ୍ବଜନ,

ଆଜି ମୋ ମାଆର ସ୍ବର

ସବୁକିଛି ହରେଇ ପାଇଛି କଣ ।


ମୋତେ ପଢେଇଥିବା "ମାଆ" ଶବ୍ଦ 

ଆଜି ଆଧୁନିକତାର ଅବାହାୱାରେ 

ମମି, ଡାଡି ରୂପ ନେଇଥିଲେ ବି ଆତ୍ମୀୟତା ନାହିଁ

ଏଠି "ମାଆ" ଶବ୍ଦ କାହାରିକୁ ଶୁଭୁନାହିଁ

ସମସ୍ତେ ମମି, ଡାଡି ଏବଂ ଡାଡ୍, ମମ୍ 

ଭିତରେ ହଜିଗଲେଣି

କିନ୍ତୁ, ମୁଁ ଆଜି ବି ଖୋଜେ ମୋ ମାଆକୁ

ମୋ ମାଆର ସ୍ବରକୁ, ମୋ ମାଆର ଲୋରିକୁ,

ଆଉ ଥରେ ଶୁଣନ୍ତି କି, ମାଆ ତୋର ସେହି ସ୍ବର

'ବାବୁ' ତୋର ଅଯୋଗ୍ଯ ଯାଯାବର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics