ତ୍ରିରଙ୍ଗା ପତାକା ତଳେ
ତ୍ରିରଙ୍ଗା ପତାକା ତଳେ
ମନେ ପଡେ ହୋଇଥିଲି ମୁଁ
ଛଅ କି ସାତ ବର୍ଷ ବୟସର
ପାଳିତ ହେବ ବିଦ୍ୟାଳୟରେ
ସ୍ବାଧୀନତା ଦିବସ ଆମର ।
ସେଥିପାଇଁ ତ ଜାତୀୟ ପତାକା
ତ୍ରିରଙ୍ଗା ତିଆରି ଦରକାର
ଜଣାଥିଲା ଏହି ତ୍ରିରଙ୍ଗା ନାରଙ୍ଗୀ,
ଧଳା ଓ ସବୁଜ ରଙ୍ଗର ।
ମୋ ସାଙ୍ଗ ମଦନ କହିଲା ଆସନ୍ତା କାଲି
ପରା ଅଗଷ୍ଟ ପନ୍ଦର
ପାଳନ କରିବା ଧୁମ ଧାମରେ ସ୍ବାଧୀନତା
ଦିବସ ଆମର ।
ସେହି ରାତିରେ ଆଉ ମୋତେ ଆଦୌ ନିଦ
ତ ଆସି ନଥିଲା
କିପରି ଆସନ୍ତା କାଲି ଅଗଷ୍ଟ ପନ୍ଦର ଭୋର
ହେବ, ଭାବନାରେ ଥିଲା ।
ଭୋରରୁ ଖୁସିରେ ନୁଆ ପେଣ୍ଟ ଓ ଧଳାଜାମା
ଖଣ୍ଡିକ ପିନ୍ଧିଲି
ଅତି ଆନନ୍ଦ ସହିତ ବାପୁଜୀ ଉ.ପ୍ରା. ବିଦ୍ୟାଳୟ
ଅଭିମୁଖେ ଧାଇଁଲି ।
ସବୁ ସାଙ୍ଗ ଆମେ ଘର ପାଖରୁ କେତେ ଫୁଲ
ତୋଳି ଆଣିଥିଲୁ
ତ୍ରିରଙ୍ଗା ପତାକାରେ ସେ ଫୁଲକୁ ଯତନ ସହିତ
ବାନ୍ଧି ରଖିଲୁ ।
ତ୍ରିରଙ୍ଗା ଜାତୀୟ ପତାକା କେତେ ଗରବରେ
ଉତ୍ତୋଳନ ହେଲା
ତ୍ରିରଙ୍ଗା ପତାକା ତଳେ ଭାରତର ଜାତୀୟ ସଙ୍ଗୀତ
ଗାନର ତାଳ ମନ ମୁଗ୍ଧ କଲା ।
ଜନ ଗଣ ମନ' ଜାତୀୟ ସଙ୍ଗୀତ ଅଟେ ମୋ
ଭାରତ ଦେଶରେ
ସମ୍ବିଧାନ ସଭାରେ ଗ୍ରହଣ ହୋଇଥିଲା ୨୪
ଜାନୁଆରୀ ୧୯୫୦ରେ ।
ଥିଲେ ସେତେବେଳେ ଆମ ପ୍ରଧାନ ଶିକ୍ଷକ
ଗୋପାଳ ଶତପଥୀ ମାଷ୍ଟର
ପତାକା ଉତ୍ତୋଳନରେ ଗୋଟି ଗୋଟି ଫୁଲ
ତଳେ ପଡିବା ଦୃଶ୍ୟ ଆହା କି ସୁନ୍ଦର ।
ବନ୍ଦେ ମାରତମ, ଜୟ ଜବାନ ଜୟ କିଷାନ,
ମହାତ୍ମା କି ଜୟ, ମନ ମୋହିଥିଲା ମୋର
ତାଳି ମାରି କହିଥିଲୁ ଗଗନ ପବନରେ ଉଡୁଛି
ଦେଖ ତ୍ରିରଙ୍ଗା ପତାକା ହୋଇ ଫର ଫର ।
ଆନନ୍ଦ ଆସୁଛି ଏବେ ପଲ୍ଲୀ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ
ଲହରୀ ଅମୃତ ଉତ୍ସବ ପାଇଁ,
ଦିନ ରାତି ଘରେ ଘରେ ଉଡ଼ିବ ତ୍ରିରଙ୍ଗା
ଜାତୀୟ ପତାକା ସଭିଏଁ ଅଛୁ ଚାହିଁ ।
କାହିଁ ହିମାଳୟ କାହିଁ କୁମାରିକା ଏହି ମୋର
ବିଶାଳ ଭାରତ ଭୂମିରେ
ଜାତୀୟ ପତାକା ତ୍ରିରଙ୍ଗା ଉଡୁଛି, ଉଡିବ ଆକାଶକୁ
ଚୁମି ଚୁମି ସ୍ବାଧୀନ ଦେଶରେ ।
ଭାରତ ମାତାର ସୁଯୋଗ୍ୟ ସନ୍ତାନ ସମସ୍ତେ
ଆମେରେ ଯେତେ ଭଉଣୀ ଭାଇ
ମହାନ୍ ତ୍ରିରଙ୍ଗା ପତାକା ଉଡାଇବା ଆମେ ଆମର
ଜାତୀୟ ସଙ୍ଗୀତ ଗାଇ ଗାଇ ।
ପରାଧୀନତାର ଶୃଙ୍ଖଳ ଛିଡାଇ ଆମେ ପରା
ସବୁ ହୋଇଛେ ସ୍ବାଧୀନ
କିନ୍ତୁ ସତରେ ଶୋଷଣ କଷଣ ଭରି ରହିଛି
ଯାଇନି ଦୁଃଖଭରା ଦୁର୍ଦ୍ଦିନ ।
ଗରବରେ ଆମେ ସମସ୍ତେ କେତେ ଗରବେ
କହୁଛୁ ସ୍ୱାଧୀନ ଫୁଲାଇ ନିଜର ଛାତି,
ଜାତୀୟ ତ୍ରିରଙ୍ଗା ପତାକା ଉଡାଉଛୁ ସରବେ
ଗାଉଛୁ ଆମର ଜାତୀୟ ଗୀତି ।
ଦୁଃଖର ବିଷୟ ନୁହେଁକି, ଦିନ ଦ୍ବିପହରେ
ଆଜିର ମହିଳା ସୁରକ୍ଷିତ ମଣୁ ନାହିଁ
ମନକୁ ପଚାରିବା ଆମେ, ପଞ୍ଚସ୍ତରୀ ବର୍ଷ ପରେ ବି
ଭାରତ ସୁରକ୍ଷା ପାରୁନି ଦେଇ ।
ଛଅ ପ୍ରକାର ମୌଳିକ ଅଧିକାର ସବୁ ସିନା
ଆମ ସମ୍ବିଧାନରେ ହୋଇଛି ଲିପିବଦ୍ଧ
ସମାନତା କଥା କହୁଛେ ସିନା, ଅସମତା ମଧ୍ୟରେ
ବଞ୍ଚୁଛେ, ଗରିବ ମଣିଷ ହୁଏନିକି ବଂଚିତ ।
ଶାନ୍ତି ମୈତ୍ରୀ ଗୀତ ଗାଉଛେ ତ୍ରିରଙ୍ଗାର ନାମେ,
ସତରେ ଶାନ୍ତିରେ ନାହାଁନ୍ତି କେହି
ଅଶାନ୍ତି ଭିତରେ ଆଜିର ମଣିଷ, ଆମ ରାଜନେତା
ଶାସକଙ୍କ ଶୋଷଣରୁ ମୁକ୍ତି ନାହିଁ ।
ଭୁଲିବାନି ଆମେ ସୁବାଷ ବୀରତ୍ୱ, ଭଗତ, ଖୁଦୀ
ରାମ ଓ ବାଜିର ବଳିଦାନ,
ଶାନ୍ତିର ଅସ୍ତ୍ର ଶିଖାଇ ଜାତିର ଜନକ
ଜିଣିଥିଲେ ପରା ବିଶ୍ଵବାସୀଙ୍କର ମନ ।
ପୂର୍ବ ପୁରୁଷଙ୍କ କେତେ ତ୍ୟାଗ ଓ ସାଧନାର ବଳେ
ଆମେ ହେଲେ ସ୍ବାଧୀନ
ସପନ ରହିଛି, ଶାନ୍ତି ମୈତ୍ରୀ ପାଇଁ ସର୍ବେ ଏକ ହୋଇ
ଏକତା ସୂତ୍ରେ ହେବା ବନ୍ଧନ ।
ଗାନ୍ଧୀ ଗୋପବନ୍ଧୁ ସୁଭାଷ ଭଗତ ଖୁଦୀରାମଙ୍କ
ସ୍ୱପର ସେହି ଲଢେଇ
ଅହିଂସା ଅସ୍ତ୍ରରେ ଏକ ହୋଇ ଆମେ ଲଢିବା,
ଲଢେଇ ତ ସରିନାହିଁ ସରିନାହିଁ ।
