Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Gautam Das

Abstract Inspirational Children

4  

Gautam Das

Abstract Inspirational Children

ମହତ୍ତ୍ୱାକାଂକ୍ଷାର ଭାବ

ମହତ୍ତ୍ୱାକାଂକ୍ଷାର ଭାବ

2 mins
400


କାଳ କର୍ମ ବଳେ ଜାତ 

ଆଗତ ସ୍ୱାଗତ ରତ ଗତ,

ବ୍ରତ ବିଦ୍ୟାରତ ଅନୁଗତ କାର୍ଯ୍ୟରତ 

ବିଦେଶଗତ ଦେଶହିତ ସମାହିତ,

ଅକସ୍ମାତ ଆହତ ଜରାଗ୍ରସ୍ତ ମୃତ 

ତନ୍ନିମିତ୍ତ ଶେଷକୃତ୍ୟ ଅମୃତପ୍ରାପତ ।


ଜନ୍ମପରେ ଉଲ୍ଲାସ କେଶ ବେଶ ଆକାଶ

ମୁଖରିତ ସାରା ପରିବାର ଓ ଦେଶ

କୁଆଁ କୁଆଁ ଡାକ, କୁନି କୁନି ମୁରୁକି ହସ

ନାମକରଣ ବିଦ୍ୟାଅଧ୍ୟୟନ ଚିରପର୍ବ ଶେଷ ।


ଅଂକ, ଅଧ୍ୟାୟ, ପ୍ରସଂଗ 

ପ୍ରକରଣ ବିଷୟ ସନ୍ଦର୍ଭ,

ସଖା ସଂଗିନୀ ମିଳନ ବିଚ୍ଛେଦର 

ବହୁ ଗଳ୍ପ ପାର୍ଥିବ କେତେ ଅଭିନୟ ।


ପୁଣି ସେଇ ଖର୍ବ ଅଥର୍ବ 

ସବୁ ଚରିତ୍ରର ଗର୍ବ 

ଭରିଦିଏ ଜୀବ ଜୀବନରେ 

କେତେ ଉପମା ଉପସର୍ଗ 

ଭାବ ଅଭାବ ସଦଭାବ 

ଓ ଶବ୍ଦ ଅର୍ଥର ନର୍କ ସ୍ୱର୍ଗ ।


ଫଳ ଆଶା ଲାଳସାର ବଳି, 

ଗଳେ ଫୁଲମାଳର ମାଳି

କେତେବେଳେ କାନଫଟା ଗାଳି

ତୋ ପୁଣି ଅଗଣିତ ଲୋକ ଅଜସ୍ର କରତାଳି ।


କେତେ ଆଲୋଚନା 

ଅନାବନା ରଚନା 

ସାଧନା ବନ୍ଦାପନା 

ସମାଲୋଚନା ମନା

ଜନମନ ଧନ ମାନ ସମ୍ମାନ 

ସ୍ୱପ୍ନ ଉପଢୌକନ ଯାନବାହନ 

ମତ ମତାନ୍ତର କଳୁଷିତ ମନ

ଅବା ଅନନ୍ୟ ଉତ୍କୃଷ୍ଟ ଜୀବନ ।


ମାୟା ମୋହର ଯେତେ ସିଡି 

ପ୍ରେମର ପାହୁଚ ଚଢି଼ ଚଢି଼ 

ମାୟାଜାଲରେ ପଡ଼ି ଗଢି 

କେତେ ଜଣା ଅଜଣା ଅଶୁଣା 

ହୋଇ ବାଟବଣା ପୁରୁଣା ଜଣାଶୁଣା ଅଗଣା ।


କେତେ ନଗନ୍ୟ ଜଘନ୍ୟ ସାମାନ୍ୟ

ପୁଣି କେତେ ଗନ୍ୟ ମାନ୍ୟ ବରେଣ୍ୟ

ରୁପାନ୍ତର ଓ ଲୋକ ଲୋକାରଣ୍ୟ 

ମନ ହୃଦୟରେ ଏକ ଉତୁଂଗ ଢେଉ 

ମହତ୍ତ୍ୱାକାଂକ୍ଷାର ଭାବ ଅଭାବ ଶୂନ୍ୟ ।


Rate this content
Log in