STORYMIRROR

DHARITRI SAHU

Children

4  

DHARITRI SAHU

Children

ଶିଶୁ ଦିବସ ୨୦୨୧

ଶିଶୁ ଦିବସ ୨୦୨୧

2 mins
606


ଶିଶୁ ଦିବସ କୁ ପାଳିବା ପାଇଁ

ଆମେ ସବୁ ଆଜି ଅଯୋଗ୍ୟ

ଏକଥା ମୁଁ ଦମ୍ଭର ସହ 

କହିପାରିଲି ମାନେ

ଆପଣ ମାନେ କୁହନ୍ତୁ -

ଏ କଥା କେତେ ଦୂର ସତ୍ୟ 

ଆଉ କେତେ ବା ଅସତ୍ୟ ?

ଛୁଟି କାଟି ମଜା କରି,

ଘରେ ଖାଇ ଶୋଇ ରହି 

ସୋସିଆଲ ମିଡ଼ିଆ ରେ 

ଶ୍ଳୋଗାନ ଦେଲେ କିମ୍ବା 

ନେହେରୁ ଙ୍କ ଭଳି 

ଚକୋଲେଟ କି ଗୋଲାପ ଫୁଲ 

ବାଣ୍ଟି ଦେଲେ

 କେବେ ହେବ ନାହିଁ ଏହାର

ଯଥାର୍ଥ ମୂଲ୍ୟ ପ୍ରତିଫଳିତ। 

ସତରେ ଆଜି ଆମପିଲାମାନେ

 ଏ ସମାଜରେ 

କେତେ ସୁରକ୍ଷିତ ଆଉ 

କେତେ ଅରଖିତ?

ଏ ପ୍ରଶ୍ନ- ପ୍ରଶ୍ନବାଚି ସୃଷ୍ଟି କରେ

 ଆମର ପାରିବା ପଣିଆଉପରେ,

ଆମର ସୁରକ୍ଷା ପ୍ରଦାନ 

 ବ୍ୟବସ୍ଥା ଉପରେ ।

 ଗାଁ ଦାଣ୍ଡ ଠାରୁ ଆରମ୍ଭ କରି 

 ସହର ର ଲୋକାରଣ୍ୟ ରାସ୍ତା,

 ସହରର ପାର୍କ ଓ ଖେଳପଡିଆଠାରୁ 

 ଆରମ୍ଭ କରି ଗାଁ ର ନଦୀ ତଟ 

 ଅଥବା ଯାତ୍ରା ମହୋତ୍ସବ।

 ଓଡ଼ିଆ ,ଇଂରାଜୀ

 ବିଦ୍ୟାଳୟ ଠାରୁ 

 ଆରମ୍ଭ କରି ଗାଁ ର 

ଅଙ୍ଗନବାଡି ର

 ଶିକ୍ଷା ଓ ଖାଦ୍ୟ।

ସବୁଠି ଜଗି ବସିଛି 

ଭିନ୍ନ ଭିନ୍ନ ରୂପ ରେ

ସେ ନର ରାକ୍ଷସ।

କିଏ ଆଉ କହି ପାରିବ ନି

କାହା ସହିତ କେତେବେଳେ 

କଣ ବା ଘଟିବ

କିଏ ସୁରକ୍ଷିତ ଅଛି 

ଆଉ କିଏ-

 

 କେତେବେଳେ ହୋଇବବିପନ୍ନ !

ଘରୁ ଯଦି ଗୋଡ଼ କାଢି

 ବାହାରକୁ ପିଲାଟିଏ ଚାଲିଆସେ,

 ମା" ର ଛାତିରେ ଛାନିଆ ତ ପଶେ,

ଶୁଭେ ମା'ର ବିକଳ  

କାରୁଣ୍ୟର ସ୍ବର

ବାହାରେ ବାୟା ନର ରାକ୍ଷସ ବସିଛି ରେ 

 ଏକୁଟିଆ ଯାଆନା ମୋ ଧନ !

ଶିଶୁ ଟିଏ ଟିକେ ସୁସ୍ଥ ଜଳବାୟୁ ,

ସୁସ୍ଥ ପରିବେଶ ପାଇବାରୁ 

ଆଜି ହୋଇଛି ବଞ୍ଚିତ !

ତାର ମୌଳିକ ସ୍ବାଧୀନତା

 ଆଜି ବନ୍ଧା ପଡ଼ିଛି ।

ତା ପାଇଁ ଦୁଆର ତ ବନ୍ଦ !

ଏଥିପାଇଁ ଦାୟୀ କିଏ ବଂଧୁ ?

ଉତ୍ତର ବି ବାଲିଘର ପରି ଧୋଇ ନିଏ ସିନ୍ଧୁ !

କଳିଟିଏ ମୁକ୍ତ ଆକାଶ ତଳେ

 ପ୍ରସ୍ଫୁଟିତ ହେବା ପୂର୍ବରୁ

 ହୋଇଯାଏ ଆଜି ଭୂଲୁଣ୍ଠିତ ।

କିଛି ଦିନ ବିତି ଗଲା ପରେ

 କିଏ ଆଉ ଫେରାଇ ଦେବକି

 ତାର କୋମଳ ଶୈଶବ

କେତେ ଦିନ ଆମ ଆଖି ଆଗରେ

 ନୟାଗଡ଼,ଯାଜପୁର,ନଗଡା,କଟକ ଭଳି ଘଟଣା ସବୁ 

 ନିତି ପ୍ରତିଦିନ ଘଟି ଚାଲିଥିବ ?

ଆଉ ଆମେ ଆମ ପିଲା ନୁହେଁ 

ସେ ଆଉ କାହା 

ପିଲା ବୋଲି ଭାବି

ନିରବରେ ଶିଶୁ ଦିବସ

 ପାଳି ଚାଲିଥିବା 

ଦୁଇ ପଦ ଲେଖି,

ଅବା ଦୁଇ ଶତ ଟଙ୍କାର 

ଉପହାର ବାଣ୍ଟି ।

ଆ ଆଃ ଲଜ୍ୟା 

ଦିଏ ହୃଦେ ଭିଷଣ ଯନ୍ତ୍ରଣା

ଆଉ ସବୁ ଘଟିଯାଉଥିବା

 ଯାହାବି ଘଟଣା

ସରକାର ଙ୍କ ଉପରେ

 ଛାଡିଦେବା ଯଦି,

ସେ କମିଶନ ଉପରେ

 କମିଶନ ବସାଇ 

ନଥି ପତ୍ରର ଆଉ 

ଗୋଟେ ହିମାଳୟ 

ସୃଷ୍ଟି କରିଦେବେ 

ଶିଶୁ ଚଲା ରାସ୍ତାର ଉପରେ।

ଅବା ଆମ ମାନଙ୍କ ମନର 

ପ୍ରତିକ୍ରିୟା କୁ ଶାନ୍ତ କରି 

ଦିଗ ହରା କରାଇବାକୁ

କରି ଚଲିବେ ଯୋଜନା

 ପରେ ଯୋଜନା ର

ସୁଉଚ୍ଚ ପ୍ରାଚୀର- ନଥିପତ୍ର ଘରେ।

ଏ ନୁହେଁ ପ୍ରପୀଡ଼ିତ 

ପିତା ମାତା କି ଅଭିଭାବକଙ୍କ

 ର ଆର୍ତ୍ତ ଚିତ୍କାର,

ଏ ହେବା ଉଚିତ

 ଗଣତନ୍ତ୍ର ରେ ଅନ୍ତର୍ଭୁକ୍ତ 

କୋଟି କୋଟି ଜନତା ର 

ହୃଦୟ କନ୍ଦରର

ଅନାହତ ଧ୍ୱନି ।

ଯାହାର ଶକ୍ତି ରେ ସେ

ସୃଷ୍ଟି କରିପାରିବେ 

ଆଉ ଏକ ନୂତନ ଶିଶୁ ଦିବସ

ଉପହାର ଦେଇପାରିବେ 

ଏକ ସୁନେଲି ଭବିଷ୍ୟ

ଏକ ନବ ଦିଗନ୍ତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children