STORYMIRROR

Nilamani Thapa

Inspirational Others Children

3  

Nilamani Thapa

Inspirational Others Children

ଭକ୍ତି ନିବେଦନ  ଗୁରୁ ବନ୍ଦନା

ଭକ୍ତି ନିବେଦନ  ଗୁରୁ ବନ୍ଦନା

1 min
265


ଗୁରୁ ନାରାୟଣ କରେଁ ନିବେଦନ

   ରହୁ ମୋର ମନ ତୁମରି ଚରଣେ 

ମୁହିଁ ଅତି ଦୀନ ଭଜନ ବିହୀନ

    କୃପା କର ପ୍ରଭୁ ତବ ନିଜ ଗୁଣେ ।


ରହେଁ,ଯେ ଭାବେ ଯେ ସ୍ଥାନେ ଜୀବନେ ମରଣେ

      ମଜ୍ଜି ରହେଁ ପ୍ରଭୁ ତବ ଗୁଣ ଗାନେ 

ତବ ପ୍ରେମମୟ ମୂରତି ଜେହ୍ନେ ନିରବଧି

  ଲାଗି ରହୁ ଥାଉ ଏ ବେନି ନୟନେ ।


ଦେହ ମନ ପ୍ରାଣ କରି ସମର୍ପଣ 

    ଅବିଚାରେ କରେଁ ଆଦେଶ ପାଳନ

ମୋର,ଯାଉ ରହୁ ପ୍ରାଣ ଆହେ ଭଗବାନ

   ନଭୁଲୁ ପରାଣ ତୁମ ପରି ଧନେ ।

                

ଏ ଜୀବନ ଧନ ସମର୍ପି ଦେଇଛି (ଘୋଷା)

    କି ଅବା ମୋ ପାଖେ ଆଉ ଉଣା ଅଛି

ତୁମ୍ଭେ ରଖ ନ ରଖ ଆହେ ଆହେ ମହାଦେବ

         ଆମ୍ଭ ଠାରେ ପ୍ରଭୁ ଏତେ କୃପା କର ।


ତବ ନାମ ଜପି ତବ ରୂପ ଦେଖି (ଘୋଷା)

     ତୁମରି ଆନନ୍ଦେ ଆନନ୍ଦରେ ମାତି 

ତୁମରି ସେବାରେ ଯେହ୍ନେ ଦୀନ ହରେଁ

     ଅନ୍ୟ ଆଶା ଆଉ ନଆସୁ ଜୀବନେ ।


Rate this content
Log in

Similar oriya poem from Inspirational