Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Children

3  

Bharatabandhu Biswal

Inspirational Children

ସୁଷମ ଖାଦ୍ୟ

ସୁଷମ ଖାଦ୍ୟ

1 min
184



ଶରୀର ନିମନ୍ତେ ଅତି ଆବଶ୍ୟକ

ଖାଦ୍ୟ ସୁଷମ ଉତ୍ତମ

ରଖେ ସନ୍ତୁଳିତ ଦେହ ଆଉ ମନ

ରୋଗ ହୁଏ ନିବାରଣ ।


ଶସ୍ୟ ଫଳମୂଳ ପନିପରିବାରୁ

ଶ୍ୱେତସାର ଖାଦ୍ୟପ୍ରାଣ

ଚର୍ବି ତୈଳଯୁକ୍ତ ଖାଦ୍ୟ ସ୍ନେହସାରୁ

ଶକ୍ତି ହୁଏ ଆହରଣ ।


ଦୁଗ୍ଧ ଦହି ଘୃତ ଅଣ୍ଡା ମାଛ ମା°ସ

ଖାଦ୍ୟ ଅଟେ ପୁଷ୍ଟିସାର

ଖଣିଜ ଲବଣ ଭିନ୍ନ ଖାଦ୍ୟପ୍ରାଣ

ଆହାରରେ ଦରକାର ।


ତନ୍ତୁଯୁକ୍ତ ଖାଦ୍ୟ ଶାଗ ଫଳମୂଳ

କମିଗଲେ ଖାଦ୍ୟପ୍ରାଣ

ହୁଏ ମେଦବୃଦ୍ଧି ମଧୁମେହ ବ୍ୟାଧି

ହୃଦୟଘାତ କାରଣ ।


ଅସ୍ଥି ମଜବୁତ କାଲସିୟମ କରେ

ଖଣିଜ ଫସଫରସ

ଆଣ୍ଟି ଅକ୍ସିଡାଣ୍ଟ ହରେ ବିଷକ୍ରିୟା

ବିଶୁଦ୍ଧ କରଇ ରକ୍ତ ।


ବୟସାନୁସାରେ ଲିଙ୍ଗ ଅନୁସାରେ

କାଲୋରୀର ଅନୁପାତ

ଖାଦ୍ୟର ଚାହିଦା କର୍ମ ପରିଶ୍ରମେ

ଭିନ୍ନେ ହୁଏ ସ୍ଥିରୀକୃତ ।


ସୋଡିୟମ ଆଦି ରସାୟନ ଯୁକ୍ତ

ସ°ରକ୍ଷିତ ଡବାଖାଦ୍ୟ

ବଢାଏ ଓଜନ ଅଟେ କ୍ଷତିକର

ସୃଷ୍ଟି କରେ ନାନା ରୋଗ ।


ବଢେ ରକ୍ତଚାପ ଅସାଧ୍ୟ କର୍କଟ

ଧମନୀ ହୁଅଇ ରୁଦ୍ଧ

ଉପଯୋଗୀ ଏଣୁ ବ୍ୟାୟାମ ସହିତ

ସୁଷମ ଉତ୍ତମ ଖାଦ୍ୟ ।


ଖାଦ୍ୟର ଚୟନେ ପ୍ରସ୍ତୁତି କରଣେ

ଅଥବା ପରିବେଷଣେ

ମାଆଙ୍କ ଶରଧା ରହିଥିଲେ ମିଶି

ଲାଗେ ଅମୃତ ସମାନେ ।

  ---



Rate this content
Log in

Similar oriya poem from Inspirational