Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Madhusmita Prusty

Romance

3  

Madhusmita Prusty

Romance

ମନର ମଣିଷ

ମନର ମଣିଷ

1 min
377



ମନଖୋଜେ ସିନା ମନର ମଣିଷ

ଜୀବନର ଚଲାପଥେ,

ଯାହାସାଥେ ବନ୍ଧା ଭାଗ୍ୟର ବନ୍ଧନ

ଯିଏ ଥିବ ସଦା ସାଥେ ।


ସୁଖ-ଦୁଃଖ,ହସ-ଲୁହର ସଂସାରେ

ଯିଏ ଦେବ ଆଶ୍ୱାସନା,

ମନର କୋହକୁ ବୁଝିନେଇ ଯିଏ

ଦେଉଥିବ ଯେ ସାନ୍ତ୍ୱନା ।


ଦୁନିଆଁର ଏଇ ରଙ୍ଗମଞ୍ଚପରେ

ଅଭିନୟ କରିବାକୁ,

ସାଥିଟିଏ ସିନା ଲୋଡ଼ାଅଛି ଏଠି

ସୁଖଦୁଃଖ ବାଣ୍ଟିବାକୁ ।


ହୃଦୟ ବେଦନା ବୁଝୁଥିବ ଯିଏ

ଆଖିକୁ ଆଇନା କରି,

ଧର୍ଯ୍ୟ ଓ ସାହସ ଦେଉଥିବ ନୀତି

ଭଲମନ୍ଦକୁ ବିଚାରି ।


ପାଶେ ରହିଥିବ ଛାଇପରି ଯିଏ

ରଖି ଅତୁଟ ବିଶ୍ୱାସ,

ସିଏ ସିନା ଅଟେ ନିଜଠୁ ନିଜର

ପ୍ରିୟ ମନର ମଣିଷ ।



Rate this content
Log in