STORYMIRROR

Sumitra Nayak

Romance

3  

Sumitra Nayak

Romance

ଆଖିରୁ ଆତ୍ମା ଯାଏ

ଆଖିରୁ ଆତ୍ମା ଯାଏ

1 min
389

ଆଖିରୁ ଆତ୍ମା ଯାଏ ତୁମ ପ୍ରୀତି ଛନ୍ଦା। 

ସେ ପ୍ରୀତି ପୀୟୂଷ ପାଇଁ ମୁଁ ନିତ୍ୟ ତୃଷ୍ଣା। 


ତୃଷାର୍ତ୍ତ ଅଟେ ମୁଁ ତୁମ ପ୍ରେମ ମଧୁର। 

ସେ ମଧୁ ଅଟଇ ସତ୍ୟ ନିଷ୍ଠା ଓ ପ୍ରେମର। 


ପ୍ରେମ ଯେ ଅଟଇ ସତ୍ୟ ଶିବ ସୁନ୍ଦର।

କରଇ ସରଳ ଗାର ଯାତ୍ରା ଜୀବନର । 


କଷ୍ଟ ବି ତୁମ ସାଥେ ଲାଗେ ସୁଖଦକର। 

ସବୁ ପରିସ୍ଥିତି ଲାଗେ ସ୍ଵର୍ଗୀୟ ଅବୋର। 


ନାହିଁ ସନ୍ଦେହ ମୋ ତୁମ ପ୍ରେମ ପ୍ରୀତିରେ। 

ଅଜାଡି ଦେବି କି ଖୁସି ତୁମ ବାହୁ ବନ୍ଧନରେ। 


ତୁମ ବାହୁ ବନ୍ଧନରେ ମୋ ତନୁ ବନ୍ଧିତ। 

ମୋ ପ୍ରେମ ସଦା ତୁମ ପାଇଁ ଉତ୍ସର୍ଗିତ। 


ନୁହେ ପ୍ରେମ ମୋର ମାୟା କପଟ ସ୍ଵଭାବର। 

ଅନୁଭବ ତୁମେ ସ୍ଵଳ୍ପ କର ନିରନ୍ତର। 


ନିରନ୍ତର ତୁମେ ମୋ ହୃଦେ ରହିଥିବ। 

ତିଳେ ହେଲେ ମୋ ହୃଦ ନ ପାଶୋରିବ। 


ଦିନ ଯିବ ମାସ ଯିବ ବରଷ ବିତିବ। 

ହୃଦେ ମୋର ତୁମ ପ୍ରେମ ସଦା ରହିଥିବ। 


ପୁରୁଣାରେ ଗଭୀରତା ବଢ଼ଇ ପ୍ରେମର। 

ଧୀରେ ଧୀରେ ବନ ତୁମେ ପ୍ରାଣ ପ୍ରିୟ ମୋର। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance