ମନର ମଣିଷ
ମନର ମଣିଷ


ଜୀବନ ସଂଗ୍ରାମରେ କିଛିଟି ମୁହୂର୍ତ୍ତ ମଣିଷ
ରାହା ଖୋଜୁଥାଏ
ଯନ୍ତ୍ରଣାର ଉପଶମର ଆଶା ଉନ୍ମାଦନାରେ
ଜଣକୁ କୋଳେଇ ନିଏ
ହୃଦୟ ଓ ମନ ଅଗଣାରେ ସିଏ ବୁଣିଥାଏ
ପ୍ରୀତି ଭରା ରଙ୍ଗ
ଭାବେ ତାକୁ ହୃଦୟର ଚନ୍ଦନର ଶୀତଳତା
ସାତ ଜନମର ସାଙ୍ଗ
ଚାରି ଦିନର ଅତିଥି ସମସ୍ତେ ଏ ତ କ୍ଷଣ
ଭଙ୍ଗୁର ସଂସାର
ପ୍ରେମ ଓ ପ୍ରୀତି ଅଭିନୟ ନୁହେଁ ଆଶା ଦୀପ
ଅଟେ ମଣିଷ ମନର
ମନର ମଣିଷଟିଏ ଥାଏ ସର୍ବଦା ଶିଖା ପ୍ରଜ୍ଜଳିତ
ହୋଇ ମନରେ ଓ ସ୍ୱପ୍ନରେ
ମନ ଖୋଜେ ତାର ସ୍ପର୍ଶ ବିଶ୍ୱାସ ଭରି ରହେ
ଉର୍ମି ଭଳି ଜୀବନ ସାଗରେ