Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mr.GAGAN BIHARI NAYAK

Romance Classics Inspirational

3  

Mr.GAGAN BIHARI NAYAK

Romance Classics Inspirational

ଜହ୍ନ ଦେଖେ ଲୁଚି

ଜହ୍ନ ଦେଖେ ଲୁଚି

1 min
344


ଆଜି କିଆଁ ଜହ୍ନ ଲୁଚି ଲୁଚି ଦେଖେ

ବହୁଚି ପୂବେଇ ବାଆ

ସାଥି ବିନା ଆଜି ଭଲ ଲାଗୁନାହିଁ

ମନ ଭାରି ଅମାନିଆଁ ।


ଆଖ ଆଗେ ସବୁ ଧୂଆଁ ଧୂଆଁ ଦିଶେ

ଜହ୍ନରେ ଜଳୁଛି ନିଆଁ

ତଥାପି ଝରକା ଫାଙ୍କେ ଚାହିଁ ଦିଏ

ଫୁଲେଇ ହେଉଛି କିଆଁ

କୋଇଲିର ସୁର ବେସୁରା ଲାଗୁଛି

ଶିହରିତ ହୁଏ ହିଆ ।


ଜହ୍ନକୁ କହିଲି ଚାହିଁବୁନି କେବେ

ବଉଦ ଝରକା ଖୋଲି

ମୋ ଘର ଝରକା କିଳି ଦେଉଛି ମୁଁ 

ପ୍ରିୟ ଘରେ ନାହିଁ ବୋଲି

ଜୋଛନା ରାତିଟା ଦିଶେ ଫିକା ଫିକା

ମନରେ ଅଦେଖା ନିଆଁ ।


Rate this content
Log in

Similar oriya poem from Romance