STORYMIRROR

shmitaa mohanty

Romance

3  

shmitaa mohanty

Romance

ସନ୍ଧ୍ୟା ଯେବେ ନଇଁ ଯାଏ

ସନ୍ଧ୍ୟା ଯେବେ ନଇଁ ଯାଏ

1 min
404

ଦିନ ଭରିର ଥକ୍କାପଣ ମେଣ୍ଟାଇବା ପାଇଁ

ଭାରାକ୍ରାନ୍ତ ମନକୁ କିଛି ସମୟ ଆରାମ ଦେବା ପାଇଁ

ଶବ୍ଦର ବଗିଚାରୁ ଶବ୍ଦ ରୂପି ଫୁଲ ତୋଳି

ସେ ସବୁକୁ ଏକତ୍ର ଗୁନ୍ଥି ମାଳା କରିବା ପାଇଁ

ଶେଷରେ ସେ ସବୁକୁ ଆମୁଳ ଚୁଳ ଦେଖି ଖୁସି ହେବା ପାଇଁ

ମୋ ଶବ୍ଦ ମାଧ୍ୟମରେ ଇଶ୍ଵରଙ୍କୁ ପ୍ରଣାମ କରେ

ଲୋକ ଗହଳିରୁ ମୁଁ ନିଜକୁ ଏକାନ୍ତ କରେ

ହଜିଯାଏ ମଜିଯାଏ ମୁଁ ମୋ ଶବ୍ଦ ସହରରେ

ସନ୍ଧ୍ୟା ଯେବେ ନଇଁ ଯାଏ କବିତା ସହିତ

ମୋ ସମ୍ପର୍କଟା ନିବିଡ଼ ହୋଇ ଯାଏ

ମୋ ଶବ୍ଦ ରାଜ୍ୟର ରାଜା ହୋଇ

କଳ୍ପନାକୁ ମୋ ରାଣୀ କରିଦିଏ

ଆମେ ଦୁହେଁ ହଜିଯାଉ ଏକ ଅଜଣା ସ୍ୱପ୍ନ ଭିତରେ

ଯୋଉଠି କେବଳ ମୁଁ ଆଉ ସେ ରହୁ

ସନ୍ଧ୍ୟା ଯେବେ ନଇଁ ଯାଏ 

ମୁଁ କବିରୁ ପ୍ରେମିକଟିଏ ହୋଇ ଯାଏ

କେତେ ବେଳେ ନେତା ପ୍ରଜା ଆଉ ଅଲୋଡ଼ା

ନିରବତା ଭିତରେ ବୁଡିଯାଇଥିବା ଆକାଶ

ପାଲଟି ପ୍ରେମ ନିବେଦନ କରେ ପୃଥିବୀ ପାଖରେ

ସତରେ.......!

ସନ୍ଧ୍ୟା ଯେବେ ନଇଁ ଯାଏ

ମୁଁ କେତେ ବେଳେ କଣ ହୋଇ ଯାଏ

ଜାଣିପାରେନା...କିନ୍ତୁ ଏତିକି ମନେ ଥାଏ

ମୁଁ ଜଣେ ଶବ୍ଦ ସୌଦାଗର ଶବ୍ଦ କଳାକାର

ଯିଏ ଶବ୍ଦ କୁ ନେଇ ଅନେକ କଳା ଦେଖାଇ ପାରେ

ଠିକ ସେମିତି ଯେମିତି ସର୍କସରେ ସର୍କସ ବାଲା ଦେଖାଏ

ସେମିତି ମୋ ଶବ୍ଦ ମଧ୍ୟ ଭିନ୍ନ କଳା ସୃଷ୍ଟି କରେ ।



Rate this content
Log in

Similar oriya poem from Romance