ଶୀତ ଦେଲା ଛୁଇଁ
ଶୀତ ଦେଲା ଛୁଇଁ
ଶିଶିର ପଖଳା ମୁହଁ ଦିଶେ ତୋରା
ଶୀତ ଯେବେ ଦେଲା ଛୁଇଁ
କୁହୁକ କୁହୁଡି ପଣତ ଘୋଡେଇ
ପ୍ରିୟାକୁ ଦେଲା ଲୁଚେଇ ।
ଦେହଟା ତାହାର ଶେଫାଳି ଫୁଲର
ହସ ଧବଳ ଟଗର
ସାତୠତୁ ଭରା ଅଙ୍ଗେ ଅଙ୍ଗେ ଶୋଭା
ସଜା ପ୍ରୀତିର ସଂଭାର
ଖୋଜେ ତାରେ ମୁହିଁ ପାଗଳଟେ ହୋଇ
ସହି କେତେ ଖରା ଛାଇ ।
ସପନ ଶେଜର ପ୍ରଣୟିନୀ ମୋର ।
ମାନସୀ ଅଭିମାନିନୀ
ତମସା ପଥେ ସେ ଜ୍ୟୋତ୍ସ୍ନା ଝରା ରାତି
ମିଳନେ ମଧୂ ଜାମିନୀ
ଶିଳ୍ପୀ ହୋଇ ଆଙ୍କେ ତା'ରୂପ ମାଧୂରୀ
ଓଠେ ଦେଇ କଳା ଜାଈ ।