STORYMIRROR

ଶିବନାରାୟଣ ମିଶ୍ର

Others

3  

ଶିବନାରାୟଣ ମିଶ୍ର

Others

ଉତ୍କର୍ଷ ଉତ୍କଳ

ଉତ୍କର୍ଷ ଉତ୍କଳ

1 min
265

ସିନ୍ଧୁ ତଟିନୀ ତରଙ୍ଗେ ତରଙ୍ଗିଣୀ 

ପଙ୍କଜେ ମୃଦିତ ଗିରି ରେ ଶୋଭିତ

 ସେ ଯେ ଉତ୍କଳ ମହାରାଣୀ... 


କାୟା କଳ୍ପିତ ବିସ୍ତାର ସବୁଜ

ବିହଙ୍ଗେ ପତଙ୍ଗେ ଆନନ୍ଦ

ଗାଏ ଯେ କଳିଙ୍ଗ ଗୌରବ ସଙ୍ଗିତ....


ପଲ୍ଲବେ ସଂସାର କୋଳେ ବୀରପୁତ୍ର 

 ମଧୁ ଗୋପବନ୍ଧୁ ଦାସ

ଐର ଖାରବେଳ ଖଡ୍ଗ ର ଶାଣେ 

 ରଚେ ଓଡ୍ର ଇତିହାସ...


ନାରୀର ସମ୍ମାନେ ସଦା ସର୍ମପିତ

 ରମା ଶାରଦା ବନ୍ଦିତ

ଜାଗ୍ରତ ସମାଜ ଘୃତେ ଆନ୍ଦୋଳନ

ସ୍ଫୁଲିଙ୍ଗେ ଜନ୍ମିତ ସ୍ୱତନ୍ତ୍ର ପ୍ରଦେଶ.....


ସଂସ୍କୃତେ ଜଗନ୍ନାଥ, ଭକ୍ତି ନିବେଦିତ

 ବଶୁଧୈବ କୁଟୁମ୍ବକଂ ବିଶ୍ୱାସ

ଆସ୍ଥା ପ୍ରକଳ୍ପିତ ନିଷ୍ଠା ପୁରୋହିତ

ଚ଼ରଣେ ତୁମ୍ଭର ପ୍ରଣାମ ଅର୍ପିତ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍