ପ୍ରକୃତିର ଅନ୍ତରାଳେ
ପ୍ରକୃତିର ଅନ୍ତରାଳେ
ଗ୍ରୀଷ୍ମର ପ୍ରଚଣ୍ଡରୌଦ୍ର ତାପରେ
ଜୀବ ଆଜି ହନ୍ତସନ୍ତ
ମଳିନ ପ୍ରାୟ ସେ ବସନ୍ତ ଆଜି
କୋଇଲିର କୁହୁତାନ ।
ଅଭିଶପ୍ତ ସେଇ ଚିରହରିତର
ଅଗ୍ନି ସମ ଉଠେ କୋହ
ତତଲା ନିଆଁରେ ଜଳୁ ଏ ଧରିତ୍ରୀ
ବନ୍ଦ ହୋଇଯିବ ତା'ର ଲୁହ ।
ଖଗର ନାହିଁ ସେ ହାତେ ଲମ୍ବା ପର
ଛୁଇଁ ବାକୁ ଏ ଗଗନ
ଫୁଟୁ ନାହିଁ ପୁଷ୍ପ ନବାସେ ମହକ
ମଧୁ କରିବାକୁ ବିତରଣ ।
ଶ୍ରାବଣ ଅଭାବେ ସୃଷ୍ଟି ସର୍ବନାଶ
ମୁକୁତା ନ ହୁଏ ସିପ
କାଶତଣ୍ଡୀ ଆଉ ନ କରେ ମଣ୍ଡନ
ଗିରିକନ୍ୟା ପାଖେ ଜାଳି ଦୀପ ।
ମାନବ ହୋଇ ବି ଦାନବ ସାଜିଛି
ପ୍ରକୃତି କରିଛି ଧ୍ୱଂସ
କାଳର ସୁଅରେ ବିଲୀନ ହୋଇବ
କ୍ଲେଶେ ଦେଇଅଛି ସିଏ ଶାପ ।
ବୁନ୍ଦା ବୁନ୍ଦା ଜଳ ବିନ୍ଦୁ ପାଇଁ
ଯେବେ ଲାଗିଯିବ ବିଶ୍ଵଯୁଦ୍ଧ
ଚିର ନିଦ୍ରାରେ ଶୋଇବ ପ୍ରକୃତି
ଆଜି ଯା'ର କଣ୍ଠରୁଦ୍ଧ ।
