Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Children Stories

3  

DILIP KUMAR SAHOO

Children Stories

ଆମେ ପରା ଓଡ଼ିଆ

ଆମେ ପରା ଓଡ଼ିଆ

1 min
112



ଚକୁଳି ଚିତୋଉ ମଣ୍ଡା

      ଛେନା ପୁର କାକରା

ନାଁଆ ଶୁଣି ଓମି ଆମ

      ମାରୁଥାଏ ଟାକରା ।


ଛେନା ପୋଡ଼ ଛେନା ଗଜା

     ଛେନା କ୍ଷୀରି ତାଡିଆ

ରସଗୋଲା ରସାବଳି

      ରସ ଲାଗେ ବଢିଆ ।


ନଡ଼ିଆ ର ପୁର ଦିଆ

         ପିଠା ଛୁଞ୍ଚି ପତର

ହଳଦୀ ବାସନା ବୁଣେ

       ଏଣ୍ଡୁରି ର ଅଥାର।


ସୁଆଦିଆ ପୋଡପିଠା

      କ୍ଷୀରା କ୍ଷୀରି କ୍ଷୀରିସା

ଖିଚୁଡି ଖୁରୁମା ଖଜା

     ଘିଅ ପିଠା ଆରିସା।


ଧନୁମୁଆଁ ମାଲପୁଆ

       କୋରାଖଇ ଜଲିପି    

  ଖାସ୍ତା ଗଜା ଗୁଡ଼ ବରା

       ଛେନା ଝିଲି ମୁଡୁକି।


ଲଡୁ ଖସାଲଡୁ ପେଡା

     ଗଜା ଲବଙ୍ଗ ଲତା

ଗୋଲାପ ଜାମୁ ବୁନ୍ଦିଆ

      ବୁନ୍ଦି କରଞ୍ଜି ପିଠା ।


ଜାତି ଜାତି ମିଠା ପିଠା

        ଆମର ତ ଗରବ

ପିଠା ରେ ମହକେ ଘର

      ଆସିଲେ ତ ପରବ ।


ଓମି କୁ ଲାଗଇ ସବୁ

      ପିଠା ମିଠା ବଢିଆ

ଛାତିକୁ ଫୁଲେଇ କହେ

      ଆମେ ପରା ଓଡ଼ିଆ।


Rate this content
Log in