Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Abstract Classics

4  

DILIP KUMAR SAHOO

Abstract Classics

ରଜ ଆସିଛିଲୋ ରଜ

ରଜ ଆସିଛିଲୋ ରଜ

2 mins
4



କୁଆଁରୀ ମଥାରେ ଚନ୍ଦନ ଚିତା

କଅଁଳ ପାଦରେ ସରୁ ଅଳତା 

ତୋଟା ରେ ବସଇ ରଙ୍ଗ ର ହାଟ

ଝଲମଲ ହୁଏ ଖଣ୍ଡୁଆ ପାଟ

ଦୋଳି ଉଡ଼େ ସାଇଁ ସାଇଁ 

ରଜ ଗୀତ ସୁରେ ଦୋଳି ଉଡିଯାଏ

ବଉଦ କୁ ସତେ ଛୁଇଁ 

ରଜ ଆସିଛିଲୋ ରଜ ରଜ ରଜ

ଭା'ରି ମଉଜ ।୧!


ଗିରିଷମ ତାତି ଶେଷ ସକାଳ

ଉଛୁଳି ପଡୁଛି ଗାଆଁ ଗହଳ

ଚାଳଘର ସବୁ ନୂଆ ଛପର

ଲିପା ପୋଛା ସବୁ ଘର ଦୁଆର

 ସରିଛି ଲୋ ବଟା କୁଟା

ଯତନରେ ବୋଉ ରାତିରୁ କରିଛି 

  ସୁଆଦିଆ ପୋଡ଼ ପିଠା 

ରଜ ଆସିଛିଲୋ ରଜ ରଜ ରଜ

ଭା'ରି ମଉଜ ।୨!


ପହିଲି ରଜକୁ ରଜ ସଂକ୍ରାନ୍ତି

ଭୂମି ଦହନ ଲୋ ତିନି ଦିନଟି

ବଢ଼ି ସକାଳ ରୁ ବହଳ ରାତି

ଖୁସିରେ ଦୁନିଆ ପଡଇ ଲୋଟି

ଖେଳ କୁଦ ନାଚ ଗୀତ 

ଏମିତି ପରବ ମନ ଦରଜକୁ

କରିଦିଏ ଦୂର ସେତ

ରଜ ଆସିଛିଲୋ ରଜ ରଜ ରଜ

ଭା'ରି ମଉଜ ।୩!


ପ୍ରବାସୀ ଆସନ୍ତି ଗାଆଁ କୁ ଫେରି

ଛୁଆ ପିଲାଙ୍କୁ ତ ସାଥିରେ ଧରି

ରଜ ତିନିଦିନ ମଜା କରନ୍ତି 

ପ୍ରିୟ ପରିଜନ ଘର ବୁଲନ୍ତି 

ଦିନ ଲାଗେ ଛାଇ ଛାଇ

ମାଆ ବସୁମତୀ ହୋଇ ରଜବତୀ 

ମେଘକୁ ରୁହେଲୋ ଚାହିଁ।

ରଜ ଆସିଛିଲୋ ରଜ ରଜ ରଜ

ଭା'ରି ମଉଜ ।୪!


ରଜ ରେ ମାଟି ମା ନିଏ ବିଶ୍ରାମ 

ତିନି ଦିନ କିଛି ହୁଏନି କାମ

ଝିଅ ବୋହୂଙ୍କର ଖୁସି ଦିନ ଟି

ପିଠା ମିଠା ପାନ ବଣ୍ଟା ହୁଏ ଟି 

ସ୍ନେହ ଶରଧା ର ପର୍ବ

ସବୁ ଘରେ ଘରେ ଭରା ହସ ଖୁସି 

ଧନୀ ହେଉବା ଗରିବ

ରଜ ଆସିଛିଲୋ ରଜ ରଜ ରଜ

ଭା'ରି ମଉଜ ।୫!


ଆମ୍ବ ପଣସ ରେ ମହକେ ଘର

ଝିଅ ଶାଶୁ ଘରୁ ଆସଇ ଭାର

ଭାର ବଣ୍ଟା ହୁଏ ସାହି ଟା ସାରା

ଆଈ ବୁଢ଼ୀ କରେ ଟାହି ଟାପରା

ଗାଧୁଆ ତୁଠେ ଗହଳି

ସହଳ ସହଳ ଗାଧୁଆ ସରିଲେ

ହାତ ଠାରେ ରଜ ଦୋଳି

ରଜ ଆସିଛିଲୋ ରଜ ରଜ ରଜ

ଭା'ରି ମଉଜ ।୬!


ପଟା ଦୋଳି ପୁଣି ବାଉଁଶ ଦୋଳି

ଦୋଳି ଗୀତରେ ଲୋ କେତେ ପହଳି 

ଲାଜୁଆ ଆଖିରେ ସପନ ଦେଇ

ମନ ଚୋରି କଲା କିଏଲୋ ସହି

ଦୋଳି ହୁଏ କଟକଟ

ବାଡ଼ୁଅ ପାଣିକୁ ବାହା ମୁକୁଟ ଲୋ

ମନ ହୁଏ ଛଟପଟ

ରଜ ଆସିଛିଲୋ ରଜ ରଜ ରଜ

ଭା'ରି ମଉଜ ।୭!


ପର‌ ଦେଶିଆର ବାଟକୁ ଚାହିଁ

ବସି ଥାଏ ପ୍ରିୟା ମୁହଁ ଶୁଖେଇ

ପ୍ରିୟତମ କେତେବେଳେ ଆସିବେ 

ଦୋଳି ରେ ବସେଇ କୋଳ କରିବେ

ଖୋଇଦେଇ ରଜ ପାନ 

ପିରତି ର ରଙ୍ଗ ବୋଳିଦେଇ ଦେହେ

କିଣିନେବେ ତାର ମନ

ରଜ ଆସିଛିଲୋ ରଜ ରଜ ରଜ

ଭା'ରି ମଉଜ ।୮!


ପିଠା ମିଠା ଖାଇ ତାଆସ ଖେଳ

ଜଣାପଡେ ନାହି କାହାକୁ ବେଳ

ଝିଅ ବୋହୂମାନେ ସାହି ବୁଲନ୍ତି 

ରଜ ପାନେ ଓଠ ନାଲି କରନ୍ତି 

ନଣନ୍ଦ ଭାଉଜ ମିଶି

ଲୁଡୁ ଖେଳନ୍ତି ଲୋ ଘର ଅଗଣାରେ

ବୁଢ଼ୀ ମା ଦେଖଇ ବସି

ରଜ ଆସିଛିଲୋ ରଜ ରଜ ରଜ

ଭା'ରି ମଉଜ ।୯!


ରଜ ତିନିଦିନ ଶେଷ ହୋଇଲେ 

ମାଟି ମାଆ ପୂଜା ହୁଏ ସକାଳେ

ଶିଳ ଶିଳ ପୁଆ ଲଙ୍ଗଳ ଲୁହା

ଧୁଆଧୋଇ ହୋଇ ହୁଅଇ ଥୁଆ

ଅଗଣାରେ ପୂଜା ହୁଏ

ଧୂପ ଦୀପ ଆଉ ହୁଳହୁଳି ରେ ଲୋ

ଘର ତ ଉଛୁଳୁ ଥାଏ ।

ରଜ ଆସିଛିଲୋ ରଜ ରଜ ରଜ

ଭା'ରି ମଉଜ ।୧୦!


ପହିଲି ଆଷାଢ ପହିଲି ବର୍ଷା

ଚଷା ଭାଇ ମନେ ହଜାରେ ଆଶା

ଭିଜା ଭିଜା ମାଟି ଭାରି ବାସଇ 

ବିଲ ବାଡି ସବୁ ନୂଆ ଦିଶଇ

ହସି ଉଠେ ନଈ ନାଳ

ରଜ ବାସି ପରା ତରତର ଚଷା

ସଜାଡେ ହଳ ଲଙ୍ଗଳ

ରଜ ଆସିଛିଲୋ ରଜ ରଜ ରଜ

ଭା'ରି ମଉଜ ।୧୧!



Rate this content
Log in

Similar oriya poem from Abstract