Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Abstract

4  

DILIP KUMAR SAHOO

Abstract

ରୁକ୍ମିଣୀ ଅମାବାସ୍ୟା

ରୁକ୍ମିଣୀ ଅମାବାସ୍ୟା

1 min
5



ରୁକ୍ମିଣୀ ରୁକ୍ମଣୀ ଦେବୀ ଗୋ ରୁକ୍ମଣୀ 

ଶିବାନୀ ଭବାନୀ ଲକ୍ଷ୍ମୀ ସ୍ବରୁପିଣୀ

ବିଦର୍ଭ ରାଇଜ ରାଜ ଜେମା ମଣି

ପ୍ରଣତି ଘେନ ଜନନୀ ।୦


କୃଷ୍ଣ ଙ୍କ ରୂପରେ ଗୁଣରେ ପାଗଳି 

ଜାଳି ବସୁଥିଲ ପ୍ରିତିର ଦୀପାଳି ।

ତୁମ ଭାଇମାନେ କୃଷ୍ଣ ଙ୍କ ବଇରୀ

ଗର୍ଜନ କରନ୍ତି ନାଆଁ ତାଙ୍କ ଶୁଣି ।

କୃଷ୍ଣ ବିରହରେ ବିତିଗଲା ତୁମ

କେତେ ବିନିଦ୍ର ରଜନୀ ।୧


ଶିଶୁପାଳ ସାଥେ ତୁମ ବାହାଘର 

ଭାଇମାନେ ମିଶି କରିଲେ ଗୋ ସ୍ଥିର।

ଗୁପତେ କୃଷ୍ଣ ଙ୍କୁ ଚିଟାଉ ଲେଖିଲ

ହୃଦୟର କଥା ତାଙ୍କୁ ଜଣାଇଲ।

କରିଲେ ହରଣ ତୁମକୁ ଶ୍ରୀକୃଷ୍ଣ 

କଲେ ତାଙ୍କ ପାଟ ରାଣୀ ।୨


ଅଷ୍ଟ ପାଟ ବଂଶୀ ମଧ୍ୟେ ତୁମେ ଶ୍ରେଷ୍ଠ 

ଶରୀରରୁ ହୁଏ ଜ୍ଯୋତି ଗୋ ପ୍ରକଟ।

ଦ୍ବାରିକାଶ୍ବରୀ ହେ ଜଗତ ଜନନୀ 

ଯୁଗେ ଯୁଗେ ତୁମେ ପ୍ରଭୁ ଙ୍କ ସଙ୍ଗିନୀ।

ଅବତାର ନେଲେ ପ୍ରଭୁ ନାରାୟଣ 

ସାଥେ ଆସ ନାରାୟଣୀ ।୩



Rate this content
Log in

Similar oriya poem from Abstract