ଶିବ
ଶିବ
ଶିବ ହିଁ ସୃଷ୍ଟି , ସୃଷ୍ଟି ହଁ ଶିବ
ଶିବ ହିଁ ଶକ୍ତି, ଶକ୍ତି ହିଁ ଶିବ
ଶିବ ହିଁ ଭକ୍ତି, ଭକ୍ତି ହିଁ ଶିବ
ବ୍ରହ୍ମାଣ୍ଡର କୋଣ ଅନୁକୋଣରେ ଶିବ
କାଳ କାଳ ମହାକାଳ ତ୍ରିଲୋକ ଶିବ
ଭୂତ ଭବିଷ୍ୟ ବର୍ତ୍ତମାନ ତ୍ରିକାଳ ଶିବ l
ରୁଦ୍ର ବି ତୁମେ ହିମାଂଶୁ ବି ତୁମେ
ତାଣ୍ଡବ ବି ତୁମେ ତପସ୍ୟା ବି ତୁମେ
ବିନାଶ ବି ତୁମେ ସର୍ଜନା ବି ତୁମେ
ଶୂନ୍ୟ ବି ତୁମେ କୋଳାହଳ ବି ତୁମେ
ଅମାବାସ୍ୟା ବି ତୁମେ ପୂର୍ଣ୍ଣିମା ବି ତୁମେ
ଅନ୍ଧକାର ବି ତୁମେ ଜ୍ୟୋତିର୍ମୟ ବି ତୁମେ
ଚେତନା ଚିନ୍ତ୍ୟ ସତ୍ୟ ଶିବ ସୁନ୍ଦର ତୁମେ l