STORYMIRROR

DILIP KUMAR SAHOO

Abstract

4  

DILIP KUMAR SAHOO

Abstract

ସୀତା ନବମୀ

ସୀତା ନବମୀ

2 mins
51

ତୁମେ ମହା ଲକ୍ଷ୍ମୀ ମା ସରସ୍ଵତୀ 

ତୁମେ ମହା କାଳୀ ମାଆ ହେ ସୀତା ସତୀ

ମାଆ ଗୋ ମାଆ

ତୁମେ ସର୍ବଂସହା ତୁମେ ରାମ ପ୍ରିୟା

ମାଟି ରୁ ଜନମି ପୁଣି ହୋଇଲ ମାଟି ।


ଜନକ ନନ୍ଦିନୀ ତୁମେ ତୁମେ ଭୂମି ସୂତା

ମିଥିଳା ର ରାଜ ଜେମା ଅଜୋନୀ ସମ୍ଭୁତା

ଭୂମି ଚାଷ କରୁଥିଲେ ରାଜର୍ଷୀ ଜନକ

ଲଙ୍ଗଳ ମୁନ ବାଜିଲା ହେଲ ତୁମେ ପ୍ରାପ୍ତ 

ଜନକ ପୁର ର ଶୋଭା ବଢାଇଲ 

ଜାନକୀ ନାମରେ ମାଆ ତୁମେ ଜଗଦ୍ଧାତ୍ରୀ ।


ମାଟି ଗର୍ଭରୁ ମାଆ ଉଭା ହେଲ ଯେଉଁ ଦିନ 

ବୈଶାଖ ଶୁକ୍ଳ ନବମୀ ଥିଲା ସେହି ଦିନ 

ସୀତା ନବମୀ ଭାବରେ ସେହି ତିଥି କ୍ଷାତ 

ସଧବା ମାନେ ସେଦିନ ପାଳନ୍ତି ଯେ ବ୍ରତ

ତୁମ ପତିବ୍ରତା ପବିତ୍ର କାହାଣୀ 

ଗାନ କରି ବ୍ରତ ପରା ପାଳନ୍ତି ଯେ ବ୍ରତୀ ।


ଶିବ ଧନୁ ଭାଙ୍ଗି ରାମ କୌଶଲ୍ୟା ନନ୍ଦନ 

ପତ୍ନୀ ରୂପେ ତୁମକୁ ସେ କରିଲେ ଗ୍ରହଣ

ରାଜରାଣୀ ହୋଇ ତୁମେ ସ୍ବାମୀ ଙ୍କ ସାଥିରେ 

ଚଉଦ ବରଷ ମାଆ କାଟିଲ ବନରେ

ମାୟାବୀ ରାବଣ ନେଲାଗୋ ଚୋରାଇ

ଅଶୋକ ବନେ ବନ୍ଦିନୀ ହୋଇଲ ତୁମେଟି ।


ବାନର ସେନାଙ୍କ ସାଥେ ରାଜିବ ଲୋଚନ

ସେତୁ ବନ୍ଧ ବାନ୍ଧି କଲେ ଲଙ୍କା ଆକ୍ରମଣ 

ରାବଣ ବଧିଣ କଲେ ତୁମକୁ ଉଦ୍ଧାର 

ଦୟାମୟ ହୋଇ ପୁଣି ହେଲେ ସେ ନିଷ୍ଠୁର

ନିର୍ଦ୍ଦେଶେ ତାଙ୍କର ଅଗ୍ନି ରେ ପସିଣ

ସତୀତ୍ୱ ପରୀକ୍ଷା ଦେଲ ଆଗୋ ଦୟା ବତୀ ।


ଅଯୋଧ୍ୟା କୁ ଫେରି ଆସି ରାମ ହେଲେ ରାଜା

ତୁମ ନାମେ ଅପବାଦ ଦେଲା ଜଣେ ପ୍ରଜା

ତୁମକୁ ବର୍ଜନ କଲେ ଜଗତ ଜୀବନ

ଅସହାୟ ହୋଇ ଗଲ ତୁମେ ଘୋର ବନ

ଜୀବନ ହାରିବ ଭାବିଲ ମନରେ 

ବିବେକ ଯେ ଦେଲା ବାଧା ଥିଲ ଗର୍ଭବତୀ ।


ଧନ୍ୟ ରେ ନିଅତି ହେଲା ତୁମକୁ ନିର୍ଦ୍ଦୟ

ଋଷି ବାଲମିକ ଦେଲେ ତୁମକୁ ଆଶ୍ରୟ

ତୁମକୁ ପାଇଣ ଧନ୍ୟ ହୋଇଲା ଆଶ୍ରମ

ଯମଜ ସନ୍ତାନକୁ ତ ତୁମେ ଦେଲ ଜନ୍ମ 

ଅସ୍ତ୍ର ଶସ୍ତ୍ର ଶାସ୍ତ୍ର ବିଦ୍ୟାରେ ଦୁହିଁଙ୍କୁ

କରିଲ ନିପୁଣ ତାଙ୍କ ଯତନ ନେଇଟି ।


ରାମଙ୍କର ଅଶ୍ଵମେଧ ଯଜ୍ଞର ଅଶ୍ବକୁ

ପୁତ୍ର ତୁମ ଲବକୁଶ ବାନ୍ଧି ଦେଲେ ତାକୁ 

ଏ ଖବର ଅଯୋଧ୍ୟାରେ ପହଞ୍ଚିଲା ଯାଇ

ଅଯୋଧ୍ୟା ରୁ ବୀର ମାନେ ଆସିଲେ ତ ଧାଇଁ 

ଲବ କୁଶ ଙ୍କର ଧନୁଶର ଘାତେ

ମହାବୀର ମାନେ ଚେତାଶୂନ୍ଯ ହୋଇଲେ ଟି ।


ଶେଷରେ ତ ରାମଚନ୍ଦ୍ର ବନକୁ ଆସିଲେ

ବୀର ବାଳକ ଦୁହିଁଙ୍କୁ ସେଠାରେ ମିଳିଲେ

ଶ୍ରୀରାମ ଜାଣିଲେ ଦୁହେଁ ତାଙ୍କରି ସନ୍ତାନ 

କୋଳକରି ଆଶିର୍ବାଦ କଲେ ତାଙ୍କୁ ରାମ

ବାଲମୀକ ଆସି ମନ୍ତ୍ର ପାଣି ଛିଞ୍ଚି

ସବୁ ବୀରଙ୍କର ଚେତା ଫେରାଇ ଦେଲେ ଟି ।


ସମସ୍ତେ ଭାବିଲେ ରାମ ତୁମକୁ ତ ଏବେ

ନିଶ୍ଚୟ ଅଯୋଧ୍ୟା ରାଜ୍ୟେ ଫେରାଇ ସେ ନେବେ

ପ୍ରଜାନୁ ରଞ୍ଜନ ରାମ ଅଟଳ ରହିଲେ

ପୁଣି ଯେ ଅଗ୍ନି ପରୀକ୍ଷା ପାଇଁ ସେ କହିଲେ

ଏତେ କଥା ଆଉ ନପାରିଣ ସହି

ପୃଥିବୀ ଗରଭେ ତୁମେ ହୋଇଗଲ ପୋତି ।


ତୁମରି ସତୀତ୍ଵ ତୁମ ପତି ଧର୍ମ ପାଇଁ 

ଏ ସାରା ଜଗତ ତୁମ ନାମ ହୂଏ ଗାଇ

ବୈଶାଖ ଶୁକ୍ଳ ନବମୀ ତୁମ ଜନ୍ମ ଦିନ

ପତିବ୍ରତା ଙ୍କ ପାଇଁକି ଦିନଟି ମହାନ

ସେଦିନ ସେମାନେ ବ୍ରତ ପାଳିଥାନ୍ତି 

ଗାଇ ଗାଇ ଜାନକୀ ଗୋ ତୁମ ଜୟ ଗୀତି ।


ସ୍ବାମୀ ଙ୍କ ଶୁଭ ମନାସି ସଧବା ନାରୀ ତ

ସୀତା ନବମୀ ବ୍ରତ ଯେ ପାଳିଥାନ୍ତି ସେତ

ନିର୍ଜଳା ଉପାସ ରହି ତୁମକୁ ପୂଜନ୍ତି

ମନ୍ଦିର କୁ ଯାଇ ତୁମ ନାମ ଜପି ଥାନ୍ତି 

ତୁମକୁ ଜପିଲେ ତୁମକୁ ପୂଜିଲେ

ଦୁଃଖ ଦୂର ହୁଏ ମାଗୋ ମିଳେ ଶାନ୍ତି ମୁକ୍ତି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract