STORYMIRROR

Bharatabandhu Biswal

Inspirational Others Children

3  

Bharatabandhu Biswal

Inspirational Others Children

ଆସିଛି ରାକ୍ଷୀ ପୂର୍ଣ୍ଣମୀ

ଆସିଛି ରାକ୍ଷୀ ପୂର୍ଣ୍ଣମୀ

1 min
158


ବରଷକେ ଥରେ ହସ ଖୁସି ଦିନ

ଆସିଛି ରାକ୍ଷୀ ପୂର୍ଣ୍ଣମୀ

ଝଟକି ଦିଶିବ ଭାଇ ହାତେ ରାକ୍ଷୀ

ପିନ୍ଧାଇ ଦେବ ଭଉଣୀ ।

ଯତନେ ଲଗାଇ ଚନ୍ଦନ କୁଙ୍କୁମ 

ମଥାରେ ବିଜୟ ଟୀକା

ଦୂବ ବୁରପତ୍ର ପକାଇ ଅକ୍ଷତ

ଖୁଆଇ ଦେବ ସେ ମିଠା ।

ମନାସି ସୁମନେ ଭାଇ ସୁଖଶାନ୍ତି

ଐଶ୍ଵର୍ଯ୍ୟ ଓ ବଇଭବ 

ଭବିଷ୍ଯ ସୁନ୍ଦର ହେଉ ମଧୁମୟ

ଶୁଭ ଇଚ୍ଛା ଜଣାଇବ ।

ଭାଇ ଓ ଭଉଣୀ ଗୋଟିଏ ମୁଦ୍ରାର 

ଆଲୋକିତ ଦୁଇ ପାର୍ଶ୍ବ 

ସହଭାଗିତାରେ ଅନୁଭବି ଥାନ୍ତି

ପରିବାର ଦୁଃଖ ସୁଖ ।

ଅଭିନ୍ନ ତାଙ୍କର ରକ୍ତ ସୁସମ୍ପର୍କ 

ସମଭାବ ଅନୁଚିନ୍ତା

କଷ୍ଟ ଲାଗିଥାଏ ଜଣେ କା ପାଦରେ

ଫୁଟିଯାଏ ଯଦି କଣ୍ଟା ।

ସଦା ସଚେତନ ରହିଥାଏ ଭାଇ 

ଭଉଣୀର ଛାଇ ହୋଇ 

ଭଉଣୀ ପଡିଲେ ଆପଦ ବିପଦେ

ଭାଇ ତା ସାହା ହୁଅଇ ।

ଭଉଣୀର ମାନ ମର୍ଯ୍ୟାଦା ସୁରକ୍ଷା

ଭାଇ ପରମ କର୍ତ୍ତବ୍ଯ 

ଆମ ସୁସଂସ୍କାର ମହତ୍ତ୍ବ ସମ୍ପନ୍ନ 

ସଂସାରେ ଅତୁଲ୍ଯ ଦିବ୍ଯ ।

   



Rate this content
Log in

Similar oriya poem from Inspirational