STORYMIRROR

Dr. DIPTIMAYEE BEHERA

Comedy

3  

Dr. DIPTIMAYEE BEHERA

Comedy

ମାଉସୀ... ନିର୍ବାଚନ ଆଉଚି

ମାଉସୀ... ନିର୍ବାଚନ ଆଉଚି

1 min
117


ମାଉସୀ

ମୋ ମଥା ଟିକେ 

ଦିଅ ଆଉଁସି

କଇଲାଣ କଲେ

ଜିତିଯିବି ମୁଁ

ଆଗକୁ ନିର୍ବାଚନ ଆଉଚି ।


ତୁ କିଏ ବା ? 

ଅକାଳେ ନାଇଁ କି 

ସକାଳେ ନାଇଁ

ଡାକୁଛି

ମାଉସୀ ମାଉସୀ


ମାଉସୀ

ଚିହ୍ନି ପାରୁନ କି

ମୁଁ ତ ନଖିନାନୀ 

ପୁଅ ଭଗିଆ

ଲୋକେ ବୋଲନ୍ତି ମତେ

ମୁଁ କାଳେ

ଖୋଦ କଲିକତିଆ ।


ହଇରେ ଭାଗା..

ପାଞ୍ଚ ବରଷକେ

ପଡ଼ିଲା କି ମନେ

ଏ ବୁଢ଼ୀ

ମାଉସୀର କଥା

ଦେଶ ସ୍ଵାଧୀନ ଦିନରୁ

ଦେଖି ଆସୁଛି ମୁଁ

ଚାଲୁଚି କିପରି

ଶାସନ ବ୍ୟବସ୍ଥା ।


ମାଉସୀ

ରାଗ ରୁଷା ଛାଡି

ସୁବିଧା ଅସୁବିଧା

କିଛି କହିବକି

ତମର ଭାତିଆ

ପୁଅର ଚାକିରୀ

ନାତିର ପଢ଼ା

ନାତୁଣୀ ବିବାହ

ସବୁ କରିଦେବି

ଥରୁଟିଏ ମତେ

ଭୋଟ ଦେଇ

ଶାସନ ଗାଦିରେ

ବସାଇ ଦିଅଟି ।


ହଇରେ....

କୁହା ମୁଣ୍ଡା କପିଳା

ଚହଟ ଚିକ୍କଣ କଥାକହି ଆଉ

ମାଉସୀକୁ କରନା ବାଉଳା

ବାପ ଅଜା ଅମଳରୁ 

ଦେଖି ଆସୁଛି ମୁଁ

ତୋ ପରିକା 

ଧୋବଧାଉଳିଆ 

ଶାସନ ଗାଦିରେ ବସିଗଲେ ଥରେ 

ଭୁଲି ଯାଆନ୍ତି ସବୁ

ମଣିଷପଣିଆ ।


ମାଉସୀ

ଜାଣିନାହଁ କି

ଗଣତନ୍ତ୍ର ଯାଇ

ଆସିଅଛି ଦଳତନ୍ତ୍ର

ନୋଟ ନିଅ

ଭୋଟ ଦିଅ

ଏହାହିଁ ନିର୍ବାଚନୀ

ମୂଳମନ୍ତ୍ର ।


ହଇରେ

ତମେ କ'ଣ

ଲଗେଇଛ 

ଟଙ୍କା ଗଛ ?

ଏପଟେ ଦଉଛ 

ସେପଟେ ନଉଛ

ଭୁଆଁ ବୁଲେଇକି 

ଶୋଷଣ କରୁଛ 

କୋଟିକୋଟି ଟଙ୍କା

ଖର୍ଚ୍ଚ କରି ପା

ନିର୍ବାଚନ ଲଢୁଅଛ 

ଏକଥା ବା କାହୁଁ

ହେଜୁଛ ।


ମାଉସୀ

ଭାଗା ଉପରେ ଭରସା ନାହିଁକି

ଲୋକଙ୍କ ଉନ୍ନତି

ଗାଁର ଉନ୍ନତି ପାଇଁ କି

ଦଳ ଡିଆଁ ସାରି 

ଶରଣ ନେଇଛି

ଟାଣୁଆ ନେତା 

ଗୋସେଇଁ କି ।


ହଇରେ ଭାଗା

ଶୁଣ ମୋ କଥା

ଆସିଗଲେ ନିର୍ବାଚନ ବେଳ

ରାଜନୈତିକ ଦଳ ବାଣ୍ଟନ୍ତି

ମାଗଣା ଉପହାର

ତା' ସାଥେ ଦିଅନ୍ତି

ନିର୍ବାଚନୀ ଇସ୍ତାହାର

ଜିତିଗଲେ ଥରେ

ସାଇତି ରଖନ୍ତି

ଅମାପ ସମ୍ପତ୍ତି

ସାତ ପୁରୁଷର ।

ହାତୀ ଦେବି

ଘୋଡ଼ା ଦେବି

କହି ଯାଆନ୍ତି

ପ୍ରତିଶ୍ରୁତି ହୁଏ 

ପାଣିର ଗାର ।

ଯେବେ ବୁଝିବେ

ସଭିଏଁ ଆମ ନିଜର

ସେବେଠୁଁ କାଦୁଅ ଫିଙ୍ଗା 

ପ୍ରକୃତି ହେବ ଯାଇ ଦୂର 

ତା' ସାଥେ ହଟିବ

ନାରୀ ନିର୍ଯ୍ୟାତନା

ଆଉ ଦୁର୍ନୀତି ଭ୍ରଷ୍ଟାଚାର ।


ମାଉସୀ

ମୋ ମାନ ମହତ 

ଟିକେ ରଖିବକି

କଥାରେ ନୁହେଁ

କାର୍ଯ୍ୟରେ କରି

ଦେଖାଇ ଦେବି

ଥରୁଟିଏ ଖାଲି

ଜିତାଇ ଦିଅଟି ।


ହଇରେ

ଯୁଆଡେ ଦେଖିବ

ସିଆଡେ ଏବେ

ମାଳ ମାଳ 

ନେତା ଆଉ କୁଜିନେତା

ଭୋଟ ସରିଲେ 

ନୋଟ କମାନ୍ତି

ଦିଅନ୍ତିନି ଧରାଛୁଆଁ 

ଆଉ ଦେଖା ।

ରାବଣ ରାଇଜ

ଚାଲିବ ଏମିତି

ସତରେ,

ଜନତା କେଡେ ବୋକା ?

ହଇରେ.....

ମାଉସୀର କଥା 

ମନେ ରଖିଥା 

ସମୟ କହିବ 

ରାଜନୀତିଆଙ୍କ

ବଡ଼ ଗୁମର କଥା 

ବେଳ ଥାଉଥାଉ

ଉପାୟ ନ କଲେ

ପୁଞ୍ଜିପତି ହାତେ

ଥିବ କ୍ଷମତା 

ସଚେତନ ହୁଅ ଜନତା 

ଦୃଢ଼ କରି ରଖ

ନିଜ ସ୍ୱାଧୀନତା ।

  



Rate this content
Log in

Similar oriya poem from Comedy