STORYMIRROR

Dr. DIPTIMAYEE BEHERA

Tragedy

3  

Dr. DIPTIMAYEE BEHERA

Tragedy

ତୁମ ଅପେକ୍ଷାରେ ଜୀବନ

ତୁମ ଅପେକ୍ଷାରେ ଜୀବନ

1 min
186


କି ଆଶ୍ୱାସନାର ବାର୍ତ୍ତା ଦେଇ

ବୁଝେଇ ପାରିବି ତମକୁ

କିଏ ବା ବୁଝିଛି ମତେ,

ତମେ ବା ବୁଝିବ କେମନ୍ତେ ।


ଥରୁଟିଏ ମୋ ହୃଦୟର ଭାଷାକୁ, 

କେବେ ଚେଷ୍ଟା କରିଛ ପଢିବାକୁ ?

କେମିତି ବଞ୍ଚିଛି କି ମରିଛି

ପଚାରିଛ କେବେ ମତେ

ନା ତମେ......

ନା ଅନ୍ୟମାନେ ।


ତୁମବିନା ଲାଗେସବୁ

ଅଧୁରା ଅଧୁରା

ପାହାନ୍ତିଆ ସ୍ୱପ୍ନ ଦେଖୁଦେଖୁ

ରାତିପାହି ହୋଇଯାଏ ଖରା । 


ଶୁଦ୍ରମୁନି ସାରଳାଙ୍କ ମହାଭାରତରୁ 

କେତେଜଣ ବା ବୁଝନ୍ତି

ଜୀବନର ସଂଗ୍ରାମକୁ,

ମହର୍ଷି ବାଲ୍ମୀକିଙ୍କ ରାମାୟଣରୁ

କେତେ ବା ବୁଝନ୍ତି 

ଜୀବନର ମୂଲ୍ୟବୋଧକୁ,

ଈଶ୍ୱରଙ୍କ ସୃଷ୍ଟିର ପ୍ରକୃତିରୁ

କେତେଜଣ ଉପଲବ୍ଧି କରନ୍ତି

ଚିରନ୍ତନ ସତ୍ୟକୁ ।


ଯଦି ପ୍ରତ୍ୟେକ ପ୍ରତ୍ୟେକଙ୍କୁ 

ବୁଝିପାରନ୍ତେ ...

ତା'ହେଲେ ରାମ ଜନ୍ମଭୂମି କି

ଜାମ୍ମୁ କାଶ୍ମୀର ସୀମାନ୍ତରେ

ଗୁଳି ଚଳନ୍ତା ନାହିଁ କି

ଦଳିତ, ଅବହେଳିତ, ନିଷ୍ପେସିତ

ନିରୀହ ଜନତା ଉପରେ କର୍ଫ୍ୟୁ

ଜାରି ହୁଅନ୍ତା ନାହିଁ କି ଯୁଦ୍ଧର ଡାକରା

ଶୁଣା ଯାଆନ୍ତା ନାହିଁ ।


 ଏହି ସଂସାରର ଅଭିନୟ ମଞ୍ଚରେ

କେହି କାହାକୁ ବୁଝିପାରେନା କି

କେହି କାହାକୁ ବୁଝାଇ ପାରେନା

ସମସ୍ତେ ସ୍ୱୟଂ ବଳିୟାନ ।

ତଥାପି ସବୁ ଜାଣି , ସବୁ ବୁଝିବି

ପଥହୁଡ଼ି ବସିଛି ତୁମ ଅପେକ୍ଷାରେ...

ଝାଉଁଳି ପଡିନି ମୁଁ ସମାଜର 

ମୁଣ୍ଡଫଟା ବ୍ୟଙ୍ଗବିଦ୍ରୁପ ଖରାରେ...

ଡରି ଯାଇନି ମୁଁ......

ମୁଣ୍ଡ ଟେକି ଚାଲିବାକୁ ଚେଷ୍ଟା କରିଛି

ସମୟର କଣ୍ଟକିତ ପଥରେ....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy