STORYMIRROR

Jyostna mishra

Horror

4  

Jyostna mishra

Horror

ହରର୍

ହରର୍

1 min
292


ଘରେ ବିଶ୍ରାମ କରୁଥିଲି,

ନିଶ୍ଚିନ୍ତରେ ନିରୋଳାରେ

ହୃଦୟଟା ଆରାମ କରୁଥିଲା

ମୋ କ୍ଳାନ୍ତ ଆଖି ଦୁଇଟି କେତେବେଳେ ଯେ

ମୋଦି ହୋଇଗଲା।


ଜୀବନର ସବୁ ରଙ୍ଗଦେଇ 

ତୁଳୀରେ ଆଙ୍କି ଦେଲି,

ମୋନାଲିସାର ହସ ଥାଇ 

ଜୀବନ୍ତ ଛବି ଟିଏ,

ମୋ ଆଖିକୁ ଜବରଦସ୍ତ ଖୋଲା ରଖି

ପଢୁଥିଲି ତା ମୁହଁର ଭାଷାକୁ ।


ପୁରା ଅପସରା ଠୁ କମ ନଥିଲା ସେ

ମୋ ପାଖରେ ସେ ଖୁବ୍ ସହଜ ହେଇଗଲା

ମୋ ବେକରେ ହାତ ଛନ୍ଦି 

ମୋତେ ବାଧ୍ୟ କରୁଥିଲା,

ତାକୁ ଆଲିଙ୍ଗନ କରିବାକୁ,

ତା ମୁହଁର ଅଲରା କେଶ 

ସବୁ ସଜାଡି ଦେବାକୁ,

ମତେ ସେ ଡାକିନେଲା,

ମୋ ଚତୁର୍ଦ୍ଦିଗରେ

କେବଳ ଧୁ'ଧୁ ଧୂସର ମରୁବାଲି,

ନାହିଁ ସବୁଜିମା, 

ଅଳ୍ପ କ୍ଷଣରେ ସବୁ ଅନ୍ତର୍ହିତ, 

ସବୁ ନିଶୂନ ନିସ୍ତବ୍ଦତା, 

ନା ..ନା କେହି ଚିହ୍ନା ନାହାନ୍ତି

ମୁଁ ପୂର୍ଣ୍ଣତଃ ଅଦୃଶ୍ୟ ।


ମୁଁ ବୁଲି ଚାହିଁ ଖୋଜିଲି ତାକୁ,

ଘୂରିଗଲି ମୋ ଚାରିପଟେ,

ସେ ବି ନଥିଲା କେଉଁଠି,

ମୋ ଦେହରେ 

ନଖର ରାମ୍ପୁଡା ଚିହ୍ନ!!

ମୁଁ ବ୍ୟତିବ୍ୟସ୍ତ ଆଉ ବିବ୍ରତ,

ରକ୍ତର ଧାର ସୁସ୍ପଷ୍ଟ

ମୁଁ ଭାବିନଥିଲି 

କ୍ଷଣିକ ଆନନ୍ଦର ପରିଣାମ ।


ମୋ ଆଗରେ ମଣିଷ ରୂପୀ ପଥର

ବିଷର୍ଣ୍ଣ ବଦନରେ; 

ମୁଁ ମ୍ରିୟମାଣ !!

ତଥାପି ପ୍ରଭୂଙ୍କୁ ଡାକିଡାକି ଚାଲିଲି,

ବାଟସବୁ ସାରିଦେବି ବୋଲି,

ରାସ୍ତା ନୂଆ !

ମୁଁ ପୁରାପୁରି ହାଲିଆ,

ମୁଁ ଚଳତ ଶକ୍ତିହୀନ 

ମୋ ଦେହରୁ ଝାଳ ନୁହେଁ,

ଯାହା ବୋହୁଥିଲା 

ସେ ସବୁ ଥିଲା ରକ୍ତ ଆଉ ରକ୍ତ,

ଆଉ ମୁଁ ଚିତ୍କାର କରି

କେତେବେଳେ ବସି ପଡିଲି

ଘରେ ସମସ୍ତେ ମୋ ଚାରିପଟେ

ମୁଁ ଫ୍ୟାନ୍ କୁ ଚାହିଁଲି,

ସେଇଟା କିନ୍ତୁ ସ୍ଥିର ଥିଲା,

ଆଉ ସମସ୍ତେ ମତେ ବିଞ୍ଚୁଥିଲେ,

ଆଇ ମା' ମନ୍ତ୍ର ପଢି ଝାଡୁଥିଲା

ସେମାନଙ୍କ କଥା ବାର୍ତ୍ତା ରୁ ସ୍ପଷ୍ଟ ଅନୁମାନ କରୁଥିଲି ଯେ

ମୁଁ ଅଦ୍ଭୁତ ଆଚରଣ କରୁଥିଲି,

ଯଦିଓ ମୁଁ 

ଦ୍ବିପ୍ରହରେ କିଛି ହରର୍ 

ଫିଲ୍ମ ଦେଖିଥିଲି,

ତା'ର ପ୍ରତିଫଳନ ଥିଲା 

ମୋ "ହରର୍" ସ୍ବପ୍ନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror