STORYMIRROR

Prasanta Kumar Behera

Horror Tragedy Classics

4  

Prasanta Kumar Behera

Horror Tragedy Classics

ଶେଷ ବୁକୁଫଟା ଚିତ୍କାର

ଶେଷ ବୁକୁଫଟା ଚିତ୍କାର

1 min
351


ସେଠି ମୁଣ୍ତ ସବୁ

କଟୁଥିଲା କ୍ଷଣକୁ କ୍ଷଣ

ଉସୁମ ରକ୍ତର ନଦୀ ବହିଯାଇ

ମାଟିକୁ କରୁଥିଲା ଓଦା

କଂସେଇର ଧାରୁଆ ଛୁରି

ଚାଲୁଥିଲା ଅହରହ 

ଗଣ୍ତି ସବୁ ପାଲଟୁଥିଲେ

ରକ୍ତ ମିଶା ମାଂସ ଖଣ୍ତ ଖଣ୍ତ 

କଲିଜା ସହିତ ଚର୍ବି ସବୁ

ହେଉଥିଲେ ଏକାକାର 

ମାଳ ମାଳ ମୁଣ୍ତ ସହ

ଗୋଡସବୁ ଗଡୁଥିଲେ ଏକାଠି

ସେମାନଙ୍କ ସ୍ୱତନ୍ତ୍ର ନିମନ୍ତ୍ରିତ 

ଗରାଖମାନଙ୍କୁ ଅପେକ୍ଷା କରି l


ପଲେ ଛେଳିଙ୍କ ମଧ୍ଯରୁ 

ଅନେକଙ୍କ ପାଳି ପଡିନାହିଁ 

ସେମାନେ ସବୁ ପାଖା ପାଖି  

ବନ୍ଧାହୋଇ ଦେହକୁ ଦେହ ଲଗାଇ

ମଟମଟ କରି ଚାହିଁ ରହିଥାନ୍ତି

ତାଙ୍କ ମୃତ୍ଯୁକୁ ଅପେକ୍ଷା କରି l


ସତେ ଯେପରି ସେମାନେ 

କହିବାକୁ ଚାହୁଁଥାନ୍ତି

ମାର ମନା ନାହିଁ

ମରିବାକୁ ଡର ନାହିଁ

ଖାଦ୍ଯ ହୋଇ ଜନ୍ମିଛୁ ବୋଲି

କ'ଣ ସମ୍ମାନର ସହିତ ମରିବାର

ଅଧିକାର ନାହିଁ ?


ଦୟାକରି ବାନ୍ଧିଦିଅ 

ଆଢୁଆଳେ 

ଟିକେ ଦୂରେ

ଆଖିଆଗରେ ଦେଖାଅନି 

ତୁହାକୁ ତୁହା ମୁଣ୍ତ କଟାର 

ସେଇ ବିଭତ୍ସ ଦୃଶ୍ୟ 

କିମ୍ବା ଶୁଣାଅନି  

ଜୀବନର ଶେଷ 

ବୁକୁଫଟା ଚିତ୍କାର 

ଆମ ସାଙ୍ଗ ସାଥି, ମାଆ,

ଭାଇ ଓ ଭଉଣୀ ମାନଙ୍କର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror