STORYMIRROR

Papu parida

Drama Horror Others

4  

Papu parida

Drama Horror Others

ଅନ୍ଧାର ରାତିର ନିକାଞ୍ଚ ମଧ୍ୟରୁ

ଅନ୍ଧାର ରାତିର ନିକାଞ୍ଚ ମଧ୍ୟରୁ

1 min
248

ଅନ୍ଧାର ରାତିର ନିକାଞ୍ଚ ମଧ୍ୟରୁ 

ମାଡି ଆସିଲା ସେ ଛାଇ

ଭୟରେ କମ୍ପିଣ ବୁଲି ଦେଖିଲି ମୁଁ

କେହିନାହିଁ କିଛିନାହିଁ।


ଲାଗିଲା ଯେପରି ଧାଇଁ ଧାଇଁ କେହି

ଅନ୍ଧକାରେ ମିଶିଗଲା

ପାଦ ଚିପି ଚିପି ଖୋଜିଲି ଯାଇ ମୁଁ

କେହି ବି ସେଠି ନଥିଲା।


ମୋ ପାଦ ସାଙ୍ଗରେ ଆଉ ଏକ ପାଦ

ଲାଗିଲା ଚାଲିଲା ପରି

ଚାଳିଶା ଜପିଣ ରହିଗଲା ପରେ

ଦେଖା ନଥିଲା କାହାରି।


ଦୋଳାୟିତ ଯେବେ ମୋ ଝୁଲା ଚଉକି

ଆତଙ୍କର ଶବ୍ଦ ସୃଜି

ମୁଣ୍ଡଠାରୁ ଗୋଡ଼ ଅଷ୍ଟାଙ୍ଗ ଶରୀର

ଝାଳରେ ଗଲା ମୋ ଭିଜି।


ଘରର ବତୀ ମୋ ଖେଳିଲେ ସଭିଏଁ 

ଅନ୍ଧାର ଆଲୁଅ ଖେଳ

ଛାନିଆ ମନ ମୋ କହୁଥିଲା ଖାଲି

ସରିଲା ମୋହର ବେଳ।


ଅନ୍ଧାର କୋଣର କାଳିମା ମଧ୍ୟରୁ

ଆସିଲେ ଭୂତ ଭୁତୁଣୀ

କିଛି ଥିଲେ ତହୁଁ ମୋହରି ସଙ୍ଗାତ

ଆଉ କିଛି ସଙ୍ଗାତୁଣୀ।

ତମକୁ ଆଉ କେହି ମିଳିଲେଣି 

ଆଉ କିଛିକ୍ଷଣ ଯାଇଥିଲେ ରହି 

ପ୍ରାଣ ମୋ ଯାଆନ୍ତା ପୁଣି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama