STORYMIRROR

Barsarani Bal

Others

4.9  

Barsarani Bal

Others

ଝର୍କା ଭିତର ପଟର ନାରୀ

ଝର୍କା ଭିତର ପଟର ନାରୀ

1 min
674


ହଁ, ସେ ଝର୍କା ଭିତର ପଟର ନାରୀ

     ମନୋହରୀ, ଲାଜବତୀ।।

ହଁ, ସେ ଝର୍କା ଭିତର ପଟର ନାରୀ।

     ଶତ୍ରୁ ପାଇଁ ସାଜେ ଖଡ୍ଗଧାରିଣୀ।। 

  ହଁ, ସେ ଝର୍କା ଭିତର ପଟର ନାରୀ

     ହୋଇପାରେ ବ୍ରହ୍ମାଣ୍ଡ ସୁନ୍ଦରୀ।।

ହଁ, ସେ ଝର୍କା ଭିତର ପଟର ନାରୀ

  ବାପାଙ୍କ ରାଣୀ ତ ଶ୍ୱଶୁରଙ୍କ ବହୁରାଣୀ।।

ହଁ, ସେ ଝର୍କା ଭିତର ପଟର ନାରୀ

   ଆବଦ୍ଧ କରିବାକୁ ରଖିଥାଏ ସ୍ନେହ ମମତା ର ଡୋରି।।

ହଁ, ସେ ଝର୍କା ଭିତର ପଟର ନାରୀ

    ପରିବାର ପାଇଁ ସାଜେ ଡାକ୍ତରାଣୀ।।

ହଁ, ସେ ଝର୍କା ଭିତର ପଟର ନାରୀ

    ବିପକ୍ଷ ପ୍ରତି ସ୍ଵୟଂ ପଡେ ଭାରୀ।।

ହଁ, ସେ ଝର୍କା ଭିତର ପଟର ନାରୀ

    ସଦା ହୁଏ ପରିବାର ହିତକାରୀ।।

ହଁ, ସେ ଝର୍କା ଭିତର ପଟର ନାରୀ

        ଗୋଟିଏ ଶିକ୍ଷୟତ୍ରୀ।।

ହଁ, ସେ ଝର୍କା ଭିତର ପଟର ନାରୀ

    ଇତିହାସ ରଚେ ଆଜି।।

ହଁ, ସେ ଝର୍କା ଭିତର ପଟର ନାରୀ

   ନୀରବି ଗୁମୁରି କାନ୍ଦୁଛି।।

ହଁ, ସେ ଝର୍କା ଭିତର ପଟର ନାରୀ

   ରାସ୍ତା କଡ଼ରେ ଫୋପଡା ଯାଉଛି।।

ହଁ, ସେ ଝର୍କା ଭିତର ପଟର ନାରୀ

 ଉଲଘ୍ନ ପରେ ବି ଇଜ୍ଜତ ଟିକକ ଆଣି ପାରୁଛି।।

ହଁ, ସେ ଝର୍କା ଭିତର ପଟର ନାରୀ

  ନିଜରକ୍ଷା ନିଜେ କରୁଛି।।

ହଁ, ସେ ଝର୍କା ଭିତର ପଟର ନାରୀ

       ମଉନ ବତୀ।।

ହଁ, ସେ ଝର୍କା ଭିତର ପଟର ନାରୀ

    କାହାର ଧର୍ମଧାରିଣୀ।।

ହଁ, ସେ ଝର୍କା ଭିତର ପଟର ନାରୀ

      ଉଆଁସ ରାତି।।

ହଁ, ସେ ଝର୍କା ଭିତର ପଟର ନାରୀ

    ଘରପାଇଁ ଦିପାଳୀ।।

ହଁ, ସେ ଝର୍କା ଭିତର ପଟର ନାରୀ

    ଅତି ଲଜ୍ଜ୍ୟାବତୀ।।



Rate this content
Log in