STORYMIRROR

Barsarani Bal

Inspirational

3  

Barsarani Bal

Inspirational

ପ୍ରେମ ସୃଷ୍ଟିର ଶିଳା

ପ୍ରେମ ସୃଷ୍ଟିର ଶିଳା

2 mins
291

ତୁମ ପ୍ରେମର କି ସୁନ୍ଦର ଅନୁଭବ

ତୁମେ ଖୁବ୍ ଦୂରେଇ ଯାଇଛ ସତ

ହେଲେ ମତେ ତୁମ ଆଦର୍ଶିତ କଥା

ଆଲୋଡିତ କରି କହିଦିଏ ବାରେ ବାରେ

ଅଛ ତୁମେ ସବୁ ବେଳେ ସାଥିରେ।।

ଦେଖି ପାରୁନକି ମୁଁ ତୁମକୁ ପ୍ରେମ କରୁଛି

ଭାଙ୍ଗିଦିଅନି ହୃଦୟକୁ ଦୁଇଖଣ୍ଡ କରି

କାରଣ ହୃଦୟଟା କାଠରତ ନୁହେଁ ମୋର ।

ତୁମେ ଯେବେ ମତେ ବିଦାୟ କୁହ

ଜାଣେ ମୁଁ, ଆଖିରୁ ମୋ ଲୁହ ଝରିଯିବ

ତଥାପି ଲୁହକୁ ଖୋଲିନି କେବେ ମୁଁ

କାଳେ ତୁମେ ହେବ ଦୁଃଖୀ।।

ମୋ ପ୍ରେମ ଆଉ କାହା ପାଇଁ ନାହିଁ

ପ୍ରଥମରୁ ତୁମେ ଏକମାତ୍ର ।

କଥାରୁ କଥାରୁ ପରିଚୟ ହେଇଥିଲା

ପୁଣି ସେଇ କଥା ଭିତରେ କେଜାଣି କେମିତି

ତୁମ ମନରେ କେବେ ଅନ୍ୟ ପାଇଁ ଥିଲା ଜାଗା।।

ପ୍ରେମ କର ମୋତେ, ଭଲ ପାଅ ମୋତେ

ନିଜ ଭଳି ବହୁତ ଭଲ ପାଅ ମୋତେ।

ଆଜି ଭାରି କଷ୍ଟ ହୋଉଛି ଭାବି

ତୁମ ଆଦର୍ଶିତ କଥା।

ତୁମ ଖୁସି ପାଇଁ ସବୁ ମୁଁ ଯେ କରେ

ନିରବି ସପନେ ବସି।।

ଆଜି କାହିଁକି ମତେ ବୁଝିନପାରୁଛ

ମନେ ହୁଏ ଭାରି ବ୍ୟଥା।।

କାରଣ ମୁଁ କାଠରେ ତ ଗଢ଼ା ନୁହେଁ

ହୃଦୟଟା କାଠର ତ ନୁହେଁ ମୋର ।

ତୁମ ହୃଦୟରେ ଅନେକ ମାଳଙ୍କୁ

ଜାଗା ଦେଲ ବୋଲି

ଭାବିଲ ମତେ ବି ସେଇଆ।

କାହିଁ ଟିକେ ଭାବିଲନି

କଣ ସତ ଥିଲା ଆ..ର ନିରବତା।।

ସଂକଳ୍ପ କରିକି ଭାଙ୍ଗିଲ ସମ୍ପର୍କ

ଭବିଲନି ଥରେ ଏ ତ ପଥର ନୁହଁ।

ଆର ବି ଗୋଟେ ହୃଦୟ ଅଛି

ଛଳନାଟା ତୁମ ରହିଲାନି ଲୁଚି

  ଦେଖା ଦେଲା ମତେ ରାତିରେ ଆସି।।

ଜାଣିଲି କିଛିଟା କଥା, ତଥାପି ବିଶ୍ୱାସ ନକରି

ଅଳ୍ପ ଅଳ୍ପ କରି ଜାଣିଲି, ତୁମର ମନ ଥିଲା କଳୁଷିତତା।।

ଚେଷ୍ଟା କଲି କହିଲି ବୋହୁତ

ଟିକେ ମାନିଲନି କଥା।।

କଣ ଭାବି ଦୂରେଇ ଗଲ

ଭାବି ମୁଁ ମରୁଛି ଏକା ଏକା।।

ମନ ଆଜି ମୋର ଆଶଙ୍କା ପୂର୍ଣ୍ଣତା

ଖୋଜେ ଖାଲି ତୁମ ଆଦର୍ଶିତ କଥା ।

ଖୋଜେ କଥା ଗୁଡ଼ିକର ମହନୀୟତା

କଣ?ଥିଲା ;

ସତରେ ଛଳନା!


ସେଇ ମୋ ହାତରେ ଅଙ୍କିତ ତୁମ ଛବିକୁ

ନିରବରେ ବସି ଦେଖୁଥାଏ ତାକୁ

ଆଖିରୁ ଯାଏ ଝରି ସେ ଅମାନିଆ ଅଶ୍ରୁ।।

ଝରେ ନାହିଁ ସେ ଯେ କେବେ

ତୁମେ ଗଲା ପରେ ଝରୁଅଛି ସବୁବେଳେ।।

ହୃଦୟ ମୋହର ନୀରବେ କହୁଛି -

ଭାଙ୍ଗିଦିଅନି ହୃଦୟକୁ ଦୁଇଖଣ୍ଡ କରି

ଏହା କରିବାଟା କଷ୍ଟ ନୁହେଁ କିଛି

କାରଣ ହୃଦୟଟା କାଠରତ ନୁହେଁ ମୋର ।

ଆଜି ତୁମ ଆଶ୍ୱାସନାର ପୂର୍ଣ୍ଣତା ଟିକକ

  କାହିଁକି ବାସି ହୋଇ ମଉଳି ଯାଉଛି।।

ତଥାପି ଭଗବାନଙ୍କୁ ଏତିକି ଡାକୁଛି

ଭଲରେ ଥାଅ ତୁମେ ସବୁଠି।

ମୋ ଭଳି ନିରବକୁ ଭୁଲିଗଲ ସିନା

ଆଉ କାହାକୁ ଏମିତି ନଭୁଲ

ଏତିକି ଅନୁରୋଧ ତୁମକୁ।।

ତଥାପି ମନ କହେ ଠିକ୍ ହେଇ ଆସିବ ଦିନେ

ଏ ନିରବୀ ପାଖକୁ...

ସେତବେଳ ହୁଏ ତ ଯୌବନ ନଥିବ ଥିବ ଅସ୍ଥି ବାଡ଼ ଶରୀର।।

ନା ଆଖିକୁ ଦିଶୁଥିବ

ନା ଜାଣିବି ମୁଁ ଆସିଥିଲ ବୋଲି ଫେରି।।

ଆରମ୍ଭ ହୋଇଥିଲା କଥାରେ କଥାରେ

ଶେଷ ହେଇଗଲା କଥାରେ କଥାରେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational